Latest Odisha News

BREAKING NEWS

ରାଜଧାନୀ ଗଳି କନ୍ଦିରେ ଲାଗିଲା ଅପରାଜିତା ଷଡ଼ଙ୍ଗୀ ନିଖୋଜ ଲେଖା ଥିବା ପୋଷ୍ଟର

ଭୁବନେଶ୍ୱର: ରାଜଧାନୀରେ ଗଳି କନ୍ଦିରେ, କାନ୍ଥରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ନିଖୋଜ ଲେଖା ଥିବା ପୋଷ୍ଟର ଲାଗିଛି । ପୋଷ୍ଟରରେ ଅପରାଜିତାଙ୍କ ଫୋଟୋ ରହିଥିବା ବେଳେ ଉପରେ ସେ ନିଖୋଜ ବୋଲି ଲେଖା ଯାଇଛି । ବିଭିନ୍ନ ସ୍ଥାନରେ ପୋଷ୍ଟ ଲାଗିଛି । ଯେଉଁତିଲେ ଏକାମ୍ର କ୍ଷେତ୍ର ନେଇ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ବା ଏନଏମଏର ପ୍ରସ୍ତାବିତ ବାଇ ଲ’ ବାବଦରେ ପ୍ରଶ୍ନ ଉଲ୍ଲେଖ ରହିଛି ।

BjdElectrycity

ଯେଉଁଥିରେ ଲେଖା ଯାଇଛି ମୁଁହ ଖୋଲିବେ କେବେ ? ଏକାମ୍ର କ୍ଷେତ୍ର ଉପରେ ପ୍ରସ୍ତାବିତ ବାଇ -ଲ ଏଯାବତ ପ୍ରତ୍ୟାହାର ହୋଇନି । ଓଡିଶାର ପ୍ରମୁଖ ଐତିହାସିକ ଅସ୍ତିତ୍ୱକୁ ଧ୍ୱଂସ କରିବାକୁ ଚାଲିଛି କେନ୍ଦ୍ର ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର ।

କାହିଁକି ଏପ୍ରସଙ୍ଗ ରେ ପଦୁଟିଏ ବି କହୁନାହାଁନ୍ତି ଭୁବନେଶ୍ୱର ସାଂସଦ ? କେଉଁଠି ଲୁଚିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ? ଏଭଳି ପୋଷ୍ଟର ବିଭିନ୍ନ ଗଳିକନ୍ଦିର କାନ୍ଥରେ ଦେଖିବାକୁ ମିଳିଛି ।

ଏକାମ୍ର କ୍ଷେତ୍ର ନେଇ ଏନଏମଏର ପ୍ରସ୍ତାବିତ ବାଇ ଲ’କୁ ନେଇ ବିଭିନ୍ନ ମହଲରେ ବିରୋଧ ବଢ଼ିବାରେ ଲାଗିଛି । ସେବାୟତଙ୍କ ସମେତ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଏଭଳି ସ୍ଥିତିରେ ସାଂସଦଙ୍କ ନିରବତାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସମାଲୋଚନା ବି କରିଛି ବିଜେଡି ।

Leave A Reply

Your email address will not be published.