ପୁରୀ : ପୁରୀ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ । ଏନେଇ ଡିଜିଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଜଗନ୍ନାଥ ସେନା । ପାଖା ପାଖି ମାସେ ହୋଇଗଲାଣି ଜୋରଦାର ଖୋଳାଖୋଳି କାମ ଚାଲିଛି । ଏହା ଆଇନ ଉଲ୍ଲଙ୍ଘନ ହେଉଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ।
କାହିଁକି ଆନସର ଆର୍ଟ ୧୯୫୮ର ଉଲ୍ଲଙ୍ଘନ ହେଉଛି ବୋଲି ସାଂସଦ କହିଛନ୍ତି । ମନ୍ଦିରର ଶହେ ମିଟର ଭିତରେ ଆନସାର ଆକ୍ଟ ଅନ୍ତର୍ଗତ ସେଠାରେ କେବିବି କୌଣସି ପ୍ରକାରର ନିର୍ମାଣ କାମ କରିବା ଉଚିତ ନୁହେଁ ବୋଲି ସଂସାଦ କହିଛନ୍ତି ।ସେହିପରି ଦୁଇ ଶହ ମିଟର ରହିଛି । ତାକୁ କୁହାଯାଏ ରେଗୁଲେଟେଡ ଏରିଆ ।ଏହି ଅଞ୍ଚଳରେ ନ୍ୟାସନାଲ ମନ୍ୟୁମେଣ୍ଟ ଅଥୋରିଟିର ଅନୁମୋଦନ ନେଇକି କିଛିଟା ନିର୍ମାଣ କାମ ହେଇପାରିବ ।
କିନ୍ତୁ ଦୁଃଖର କଥା ଓଡିଶା ସରକାର ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ଶହେ ମିଟର ଓ ଦୁଇ ଶହ ମିଟର ଭିତରେ ବିଭିନ୍ନ ଖନନ କାମ କରୁଛନ୍ତି । ମନ୍ଦିର ନଷ୍ଟ କରାଯାଉଛି ବିଭିନ୍ନ ଜାଗାରେ କ୍ରାକ ମଧ୍ୟ ହୋଇଛି ।ଏକଥାକୁ ନେଇ ଓଡିଶା ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।ଓଡିଶା ବାସୀଙ୍କ ଆସ୍ଥା ଓ ବିଶ୍ୱାସ ପାଇ ମୁଁ ସ୍ୱର ଉଠାଇବି ।ଏହି ବିଷୟ ଖୁବ୍ ଶୀଘ୍ର ପାର୍ଲାମେଣ୍ଟରେ ଉପସ୍ଥାପନା କରିବି ବୋଲି ସାଂସଦ କହିଛନ୍ତି ।
ସେପଟେ କରିଡର ନାମରେ ୩୦ ଫୁଟର ଗାତ ଖୋଳି ନିର୍ମାଣ କାମ କରାଯାଉଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି ।ନିୟମ ଅନୁସାରେ ଏହି ଗାତ ୫ ଫୁଟ ପର୍ପ୍ୟନ୍ତ ହେବା ଉଚ୍ଚିତ । ଜିଡିଙ୍କ ଭିଜିଟିଂ କାର୍ଡକୁ ନେଇ ସରକାର ଅନୁ୍ମତି ପତ୍ର ବୋଲି କହୁଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି ।
Comments are closed.