Latest Odisha News

BREAKING NEWS

ହରିଦାସପୁର- ପାରାଦ୍ବୀପ ଦ୍ଵିତୀୟ ରେଳ ଲାଇନ ପାଇଁ ବୈଜୟନ୍ତଙ୍କ ପ୍ରସ୍ତାବ

ଭୁବନେଶ୍ୱର: ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍‌ ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ l ଏନେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବୈଜୟନ୍ତ l ବୈଜୟନ୍ତଙ୍କ ଉଦ୍ୟମରେ ହରିଦାସପୁର-ପାରାଦୀପ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ହୋଇଥିଲା l ଦୀର୍ଘବର୍ଷରୁ ପଡ଼ିଥିବା କାର୍ଯ୍ୟ ବୈଜୟନ୍ତଙ୍କ ଉଦ୍ୟମରେ ୨୦୧୯ରେ ଶେଷ ହୋଇଥିଲା l

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର ପ୍ରଥମ ରେଳ ଲାଇନ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ଦ୍ଵିତୀୟ ରେଳ ଲାଇନ ପ୍ରକଳ୍ପ ପାଇଁ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଏକ ପତ୍ର ଜରିଆରେ ପ୍ରସ୍ତାବ ଦେଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା l ହରିଦାସପୁର-ପାରାଦୀପ ରେଳ ଲାଇନ ଉପକୂଳ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଯାହା ୩ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂପୁରକୁ ସଂଯୋଗ କରୁଛି। ପ୍ରଥମ ରେଳ ଲାଇନ ଶେଷ ହୋଇଥିବା ବେଳେ ଦ୍ଵିତୀୟ ରେଳ ଲାଇନ ହେଲେ କେନ୍ଦ୍ରାପଡା ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ କରିଡୋର, ଶିଳ୍ପାୟନ ପାଇଁ ପଥ ପରିଷ୍କାର ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା ।

ସୂଚନାଯୋଗ୍ୟ ଯେ, ୧୯୯୬ ମସିହାରେ ପୂର୍ବ-ତଟ ରେଳର ଅଂଶ ଭାବେ ୮୨.୫ କି.ମି. ଦୀର୍ଘ ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା l ୧୯୯୯ ମସିହାରେ ତତ୍କାଳୀନ ରେଳ ମନ୍ତ୍ରୀ ନୀତିଶ କୁମାର ମାର୍ଶାଘାଇଠାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୨୦୦୪ ସୁଦ୍ଧା ଏହା ଶେଷ ହେବ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିଲା ଓ କାଗଜକଲମରେ ଅଟକି ଯାଇଥିଲା| ଏହାପରେ ଶ୍ରୀଯୁକ୍ତ ପଣ୍ଡା ୨୦୦୯ରେ କେନ୍ଦ୍ରାପଡାରୁ ନିର୍ବାଚିତ ହେବା ପରେ ତାଙ୍କ ତତ୍ୱାବଧାନରେ ଶେଷରେ ୨୦୧୯ ମସିହାରେ ଏହି ପ୍ରକଳ୍ପଟି ଶେଷ ହୋଇଥିଲା l

Comments are closed.