Latest Odisha News

ସରିଲା ଭୋଟ..ଲାଗିଲା ବାଜି: ହଟ ସିଟ ପାଇଁ ୧୦ ଲକ୍ଷ

ଭୋପାଳ:ସରିଲା ଭୋଟ । ଭୋଟିଂ ମେସିନରେ ସିଲ ହୋଇଛି ଭାଗ୍ୟ । ଏବେ ଖାଲି ହିସାବକିତାବ । କେତେ କଟା ହେବ.. କେତେ ଯୋଡା ହେବ କି କେତେ ଗୁଣାହରା ହେବ ? ଏହାକୁ ନେଇ ରାଜେନୖତିକ ଦଳମାନେ ଚଲାଇଛନ୍ତି କସରତ ।  ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନଭେମ୍ବର ୧୭ ତାରିଖରୁ ଶେଷ ହୋଇଗଲାଣି । ଡିସେମ୍ବର ୩ ତାରିଖରେ ଭାଗ୍ୟଫଳ ନିର୍ଦ୍ଧାରିତ ହେବ । କିଏ ପିନ୍ଧିବ ବିଜୟ ମୁକୁଟ..ସେହିଦିନ ସ୍ଥିର ହେବ ।  ଏପରି ସ୍ଥିତିରେ ଏକ ଖବର ହଇଚଇ ସୃଷ୍ଟି କରି ଦେଇଛି । ନିଜ ନିଜ ଆକଳନ ହିସାବରେ ଲୋକେ ନିଜ ଦଳର ପ୍ରାର୍ଥୀଙ୍କ ହାରଜିତକୁ ନେଇ ସର୍ତ୍ତ ଲଗାଇବା ଆରମ୍ଭ କରି ଦେଇଛନ୍ତି । ଏମିତି ଏକ ଷ୍ଟାମ୍ପ ପେପରର ଫଟୋ ସୋସିଆଲ ମିଡିଆାରେ ଘୁରି ବୁଲୁଛି । ଏହି ଷ୍ଟାମ୍ପ ପେପରରେ  ବିଜେପି ଏବଂ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ହାରଜିତକୁ ନେଇ ଲକ୍ଷେ ଟଙ୍କାର ବାଜି ଲାଗଇଥିବା ଜଣାପଡିଛି ।

୫୦ ଟଙ୍କାର ଏହି ଶପଥ ପତ୍ରରେ ଲଗାଯାଇଥିବା ଏହି ସର୍ତ୍ତରେ ୫ ଜଣ ସାକ୍ଷୀଙ୍କ ଦସ୍ତଖତ ରହିଛି । ଏହି ଶପଥପତ୍ରରେ ଗୋଟିଏ ପକ୍ଷରେ କଂଗ୍ରେସ ଏବଂ ଅନ୍ୟପକ୍ଷରେ ବିଜେପି ସରକାର କରିବ ବୋଲି ଦାବି କରାଯାଇଛି । ଡିସେମ୍ବର ୩ ତାରିଖରେ ସର୍ତ୍ତ ହାରିଥିବା ବ୍ୟକ୍ତି ଜିତିବା ବାଲାଙ୍କୁ ଏକ ଲକ୍ଷ ଟଙ୍କା ଦେବ ।

ସେସିଆଲ ମିଡିଆରେ ଭାଇରାଲ ଏହି ଶପଥପତ୍ରରୁ ଯାହା ଜଣାପଡୁଛି, ଏହି ସର୍ତ୍ତ ନଭେମ୍ବର ୨୨ରେ ଛିନ୍ଦାବାଡା ଜଲ୍ଲାରୁ ନିରଜ ମାଲବିୟ ଏବଂ ଧନୀରାମ ଭଲାବୀ ମଧ୍ୟରେ ଲାଗିଛି । ଜିଲ୍ଲାର ସୁଖାପୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନୀରାମ ଭଲାବୀ କହୁଛନ୍ତି ମଧ୍ୟପ୍ରଦେଶରେ କଂଗ୍ରେସର ସରକାର ହେବ । ହେଲେ ନୀରଜ ମାଲବିୟଙ୍କ କହିବା ଅନୁଯାୟୀ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବ ।

ଦୁହିଁଙ୍କ ସର୍ତ୍ତରେ ୫ ଜଣ ସାକ୍ଷୀ ବି ରହିଛନ୍ତି । ସାକ୍ଷୀଙ୍କ ସମ୍ମୁଖରେ ସେମାନେ ଶପଥ ନେଇଛନ୍ତି । ଉଭୟେ ନିଜ ନିଜ ଚେକରେ ସାଇନ କରି ଜଣେ ସାକ୍ଷୀ ଅମିତ ପାଣ୍ଡେଙ୍କ ପାଖରେ ଜମା କରିଛନ୍ତି ।  ସର୍ତ୍ତ ଅନୁସାରେ ଯିଏ ଜିତିବ ସେ ଅମିତ ପାଣ୍ଡେଙ୍କ ପାଖରୁ ଚେକ ନେଇଯିବେ ।

ସେତିକୁ ନୁହେଁ, ମଧ୍ୟପ୍ରଦେଶରେ ହଟ୍ ସଟକୁ ନେଇ ଏମିତି ଲକ୍ଷ ଲକ୍ଷ ଟଙ୍କାର ବାଜି ଲାଗିଛୁି । ଛିନ୍ଦବାଡାରରୁ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଳନାଥଙ୍କ ହାରଜିତକୁ ନେଇ ୧୦ ଲକ୍ଷ ଟଙ୍କାର ସର୍ତ ଲାଗିଛି । ସହରର ଲାଲବାଗରେ ରହିଥିବା ପ୍ରକାଶ ସାହୁ ଏବଂ ରାଧାମୋହନ ସାହୁ କମଳନାଥ ଏବଂ ବିଜେପି ପ୍ରାର୍ଥୀ ବଣ୍ଟି ସହୁଙ୍କୁ ନେଇ ବାଜି ଲଗାଇଛନ୍ତି ।

Comments are closed.