ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସୋମବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତ୍ତି ହୋଇଛି । ଆସନ୍ତା ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ ସ୍ଥିଗିତ କରାଯାଇଛି । ଏ ବାବଦକୁ ୭୯୦୦ କୋଟି ମିଳିବ। କରୋନା ମୁକାବିଲାରେ କନ୍ସୋଲିଡେଟେଡ୍ ଫଣ୍ଡ ଜରିଆରେ ଏହି ସମସ୍ତ ଅର୍ଥ ଖର୍ଚ୍ଚ ହେବ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି ।
ଏଥିସହ ବୈଠକରେ ୧୯୫୪ ସଂସଦୀୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ଅନ୍ତର୍ଗତ ଶାସନ ପକ୍ରିୟାର ଶୀର୍ଷରେ ଥିବା ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନେ ନିଜ ଦରମାର ୩୦ ପ୍ରତିଶତ ନେବେ । କରୋନା ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡୁ ଏପରି ପ୍ରସ୍ତାବ ଦେଇଛନ୍ତି ।
କେବଳ ସେତିକି ନୁହେଁ ରାଜ୍ୟପାଳମାନେ ମଧ୍ୟ ସମାନ ଭାବେ ୩୦ ପ୍ରତିଶତ ଦରମା ନେବେ । ଏହା ଚଳିତ ବର୍ଷ ଏପ୍ରିଲ୍ ୧ ଠାରୁ ଲାଗୁହେବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧ୍ୟାଦେଶ ଜାରି କରିଛନ୍ତି । ସଂଗ୍ରହ ହୋଇଥିବା ଅର୍ଥକୁ କରୋନା ବିରୋଧୀ ଲଢ଼େଇରେ ବିନିଯୋଗ କରାଯିବ ବୋଲି ଜାଭେଡ଼କର କହିଛନ୍ତି ।
BREAKING NEWS
- Iranian Drone Strike: ଦୁବାଇ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ: ତେଲ ଟାଙ୍କିରେ ଭୟଙ୍କର ଅଗ୍ନିକାଣ୍ଡ, ସମସ୍ତ ଉଡ଼ାଣ ବନ୍ଦ
- SCB ଅଗ୍ନିକାଣ୍ତ ଘଟଣାରେ ରାଷ୍ଟ୍ରପତିଙ୍କ ଶୋକ, ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- Iran’s Hormuz Pass For Indian Tankers: ଇରାନ ଭାରତୀୟ ଜାହାଜକୁ ହରମୁଜ୍ ପାର କରାଇବା ପଛରେ ରହିଛି କି କିଛି ସ୍ବତନ୍ତ୍ର କାରଣ? ବୈଦେଶିକ ମନ୍ତ୍ରୀ ଜୟଶଙ୍କର କଲେ ଖୁଲାସା…
- ଓସ୍କାର ୨୦୨୬: ମାଇକେଲ ବି. ଜୋର୍ଡାନ ଶ୍ରେଷ୍ଠ ଅଭିନେତା
- Rajya Sabha Election: ରାଜ୍ୟସଭା କ୍ରସ୍-ଭୋଟିଂ ନେଇ ଶିବକୁମାରଙ୍କ ଚାଞ୍ଚଲ୍ୟା ବୟାନ, “ଓଡ଼ିଶା କଂଗ୍ରେସ ବିଧାୟକଙ୍କୁ ୫ କୋଟି ଲାଞ୍ଚ…”
- Most Award In Oscars 2026: Oscarsରେ ସମସ୍ତଙ୍କୁ ପଛରେ ଛାଡ଼ିଲା ଏହି ଚଳଚ୍ଚିତ୍ର, ଏକୁଟିଆ ଜିତିଲା ୬ ପୁରସ୍କାର
- President’s Breakfast Meeting: SCB ହସ୍ପିଟାଲ ଦୁର୍ଘଟଣା: ରାଷ୍ଟ୍ରପତିଙ୍କ ସହ ଜଳଖିଆ ବୈଠକରେ ଯୋଗ ଦେବେନି ବିଜେଡି ସାଂସଦ
- SCB ଅଗ୍ନିକାଣ୍ଡ: ମୃତକଙ୍କ ମିଳିଲା ପରିଚୟ, ICU ଭିତରେ ଫସିଥିଲେ ରୋଗୀ
- Weather Update: ଝଡ଼ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ
- ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ, ପ୍ରଥମେ ଭୋଟ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
Comments are closed.