ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସୋମବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତ୍ତି ହୋଇଛି । ଆସନ୍ତା ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ ସ୍ଥିଗିତ କରାଯାଇଛି । ଏ ବାବଦକୁ ୭୯୦୦ କୋଟି ମିଳିବ। କରୋନା ମୁକାବିଲାରେ କନ୍ସୋଲିଡେଟେଡ୍ ଫଣ୍ଡ ଜରିଆରେ ଏହି ସମସ୍ତ ଅର୍ଥ ଖର୍ଚ୍ଚ ହେବ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି ।
ଏଥିସହ ବୈଠକରେ ୧୯୫୪ ସଂସଦୀୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ଅନ୍ତର୍ଗତ ଶାସନ ପକ୍ରିୟାର ଶୀର୍ଷରେ ଥିବା ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନେ ନିଜ ଦରମାର ୩୦ ପ୍ରତିଶତ ନେବେ । କରୋନା ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡୁ ଏପରି ପ୍ରସ୍ତାବ ଦେଇଛନ୍ତି ।
କେବଳ ସେତିକି ନୁହେଁ ରାଜ୍ୟପାଳମାନେ ମଧ୍ୟ ସମାନ ଭାବେ ୩୦ ପ୍ରତିଶତ ଦରମା ନେବେ । ଏହା ଚଳିତ ବର୍ଷ ଏପ୍ରିଲ୍ ୧ ଠାରୁ ଲାଗୁହେବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧ୍ୟାଦେଶ ଜାରି କରିଛନ୍ତି । ସଂଗ୍ରହ ହୋଇଥିବା ଅର୍ଥକୁ କରୋନା ବିରୋଧୀ ଲଢ଼େଇରେ ବିନିଯୋଗ କରାଯିବ ବୋଲି ଜାଭେଡ଼କର କହିଛନ୍ତି ।
BREAKING NEWS
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
Comments are closed.