Latest Odisha News

BREAKING NEWS

୧ ଲକ୍ଷ ଦିନ ମଜୁରିଆଙ୍କୁ ଖାଦ୍ୟ ଯୋଗାଇବେ ଅମିତାଭ ବଚ୍ଚନ

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ୧ ଲକ୍ଷ ଦିନ ମଜୁରିଆଙ୍କୁ ଖାଦ୍ୟ ଯୋଗାଇବା ପାଇଁ ନିଷ୍ପତି ନେଇଛନ୍ତି । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକଡାଉନ କରାଯାଇଛି । ଏଥିଯୋଗୁ ଗରିବ ତଥା ଦିନ ମଜୁରିଆମାନେ ଆବଶ୍ୟକ ମୁତାବକ ଖାଦ୍ୟ ପାନୀୟ ପାଉ ନ ଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହା ବିଶେଷ କରି ଅଖିଳ ଭାରତୀୟ ଫିଲ୍ମ କର୍ମଚାରୀ ପରିସଂଘର ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ହେବ । ଉପରୋକ୍ତ ଶ୍ରମିକମାନେ ଏଥିପାଇଁ ଉଦ୍ଦିଷ୍ଟ ଆପ୍ ଲୋଡ କରିବେ । ଏହା ପରେ ଡିଜିଟାଲ ବାରକୋଡରେ ଏହାର ବିତରଣ ଆରମ୍ଭ ହେବ । ତେବେ ଏହା କେବେଠାରୁ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.