Latest Odisha News

BREAKING NEWS

ଆସନ୍ତା ୨ ବର୍ଷ ପାଇଁ ସାଂସଦ ପାଣ୍ଠି ସ୍ଥଗିତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସୋମବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତ୍ତି ହୋଇଛି । ଆସନ୍ତା ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ ସ୍ଥିଗିତ କରାଯାଇଛି । ଏ ବାବଦକୁ ୭୯୦୦ କୋଟି ମିଳିବ। କରୋନା ମୁକାବିଲାରେ କନ୍‌ସୋଲିଡେଟେଡ୍ ଫଣ୍ଡ ଜରିଆରେ ଏହି ସମସ୍ତ ଅର୍ଥ ଖର୍ଚ୍ଚ ହେବ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି ।
ଏଥିସହ ବୈଠକରେ ୧୯୫୪ ସଂସଦୀୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ଅନ୍ତର୍ଗତ ଶାସନ ପକ୍ରିୟାର ଶୀର୍ଷରେ ଥିବା ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନେ ନିଜ ଦରମାର ୩୦ ପ୍ରତିଶତ ନେବେ । କରୋନା ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡୁ ଏପରି ପ୍ରସ୍ତାବ ଦେଇଛନ୍ତି ।
କେବଳ ସେତିକି ନୁହେଁ ରାଜ୍ୟପାଳମାନେ ମଧ୍ୟ ସମାନ ଭାବେ ୩୦ ପ୍ରତିଶତ ଦରମା ନେବେ । ଏହା ଚଳିତ ବର୍ଷ ଏପ୍ରିଲ୍ ୧ ଠାରୁ ଲାଗୁହେବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧ୍ୟାଦେଶ ଜାରି କରିଛନ୍ତି । ସଂଗ୍ରହ ହୋଇଥିବା ଅର୍ଥକୁ କରୋନା ବିରୋଧୀ ଲଢ଼େଇରେ ବିନିଯୋଗ କରାଯିବ ବୋଲି ଜାଭେଡ଼କର କହିଛନ୍ତି ।

Leave A Reply

Your email address will not be published.