Latest Odisha News

BREAKING NEWS

ଝିଅ ହେବା ଖୁସିରେ ବାଣ୍ଟିଲେ ମାଗଣା ପେଟ୍ରୋଲ

ଭୋପାଳ: ଦେଶରେ ଯେଉଁଭଳି ଭାବରେ ତୈଳ ଦର ଦିନକୁ ଦିନ ବୃଦ୍ଧି ହେଉଛି ତାହା ଏବେ ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ଏଭଳି ସମୟରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ପରିବାରରେ ଏକ କନ୍ୟା ସନ୍ତାନର ଜନ୍ମ ଯୋଗୁ ଖୁସି ଆତ୍ମହରା ହୋଇ ମାଗଣା ପେଟ୍ରୋଲ ବଣ୍ଟନ କରିଥିବା ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଏକ ପେଟ୍ରୋଲ ପମ୍ପ ମାଲିକ ରାଜେନ୍ଦ୍ର ଗ୍ରାହକମାନଙ୍କୁ ଝିଅ ହେବା ଖୁସିରେ ମାଗଣା ‌ପେଟ୍ରୋଲ ବଣ୍ଟନ କରିଛନ୍ତି।

ସେ କହିଛନ୍ତି ଯେ, ଅକ୍ଟୋବର ୯ରେ ମୋର ପୁତୁରାର କନ୍ୟା ସନ୍ତାନ ହୋଇଛି। ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ।ତାଙ୍କର ‘ଯୋଜନା’ ବିଷୟରେ ବର୍ଣ୍ଣନା କରି ରାଜେନ୍ଦ୍ର କହିଛନ୍ତି ଯେ ଅକ୍ଟୋବର ୧୩ ରୁ ଅକ୍ଟୋବର ୧୫ ମଧ୍ୟରେ ସକାଳ ୯ ଟାରୁ ୧୧ ଟା ଏବଂ ଅପରାହ୍ନ ୫ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ୧୦ ପ୍ରତିଶତ ଅତିରିକ୍ତ ପେଟ୍ରୋଲ ବଣ୍ଟନ କରାଯାଇଛି। ଯେଉଁମାନେ ୨୦୦ରୁ ୫୦୦ ଟଙ୍କା ମୂଲ୍ୟର ପେଟ୍ରୋଲ କିଣିଛନ୍ତି ସେମାନଙ୍କୁ ୧୦ ପ୍ରତିଶତ ଅତିରିକ୍ତ ତୈଳ ପ୍ରଦାନ କରାଯାଇଛି।

Comments are closed.