Latest Odisha News

ଟିଏମସି ସାଂସଦ ନୁସରତ ଜହାନ କରୋନା ସଂକ୍ରମିତ, ସମସ୍ତ କାର୍ଯ୍ୟକ୍ରମ ବାତିଲ

ନୂଆଦିଲ୍ଲୀ: ବଙ୍ଗଳା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାନ କୋଭିଡ୍ ୧୯ ରେ ସଂକ୍ରମିତ ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ନୁସରତଙ୍କର ସମସ୍ତ ମିଟିଙ୍ଗ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।

ନୁସରତଙ୍କର କରୋନା ପଜିଟିଭ୍ ହେବାର ପ୍ରଭାବ ବଙ୍ଗଳା ନିର୍ବାଚନରେ ଦେଖିବାକୁ ମିଳୁଛି । ଏକ ୱେବସାଇଟ୍ ସହ କଥାବାର୍ତ୍ତା କରୁଥିବାବେଳେ, ନୁସରତ ତାଙ୍କ କରୋନା ସଂକ୍ରମିତ ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି ।

ଗତ କିଛି ଦିନ ମଧ୍ୟରେ ନୁସରତ ତାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ । ନୁସରତଙ୍କୁ ତାଙ୍କ ସ୍ୱାମୀ ଛାଡପତ୍ର ନୋଟିସ ପଠାଇଥିଲେ । କିନ୍ତୁ ନୁସରତ ଏହାକୁ ଅମାନ୍ୟ କରିଥିଲେ । 

Comments are closed.