Latest Odisha News

BREAKING NEWS

ବାଳୁଙ୍ଗା ପୁଅ: ଟଙ୍କା ନଦେବାରୁ ବାପାଙ୍କୁ ହାଣିଲା

ଢେଙ୍କାନାଳ: ପୁଅ ବାପାକୁ ହାଣିଲା । ଟଙ୍କା ମାଗିବାରୁ ବାପା ଦେଲେ ନାହିଁ । ଏତିକିରେ ରାଗିଗଲା ବାଳୁଙ୍ଗା ପୁଅ । କାତିରେ ବାପାଙ୍କ ଉପରେ ଚୋଟ ପକାଇଲା । ଢେଙ୍କାନାଳ ଜିଲ୍ଲା ସଦର ଥାନା ପାରିଖେଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନ ଦେବାରୁ ଉତ୍‌କ୍ଷିପ୍ତ ହୋଇ ବାପାକୁ କାତିରେ ହାଣିଲା ପୁଅ ।

ଗୁରୁତର ବ୍ୟକ୍ତି ହେଲେ ଚୈତନ୍ୟ ନାୟକ । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ପୁଅ ଲିଙ୍ଗା ନାୟକ ଫେରାର ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ଢେଙ୍କାନାଳ ସଦର ଥାନା ପୋଲିସ ।

Leave A Reply

Your email address will not be published.