Latest Odisha News

BREAKING NEWS

ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ବାଲେଶ୍ୱର: ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ। ତିନି ଦିନ ଥଣ୍ଡା, ଜ୍ବର ସହ ଅସୁସ୍ଥ ଅନୁଭବ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫକୀର ମୋହନ ମେଡିକାଲ କଲେଜରେ ଥିବା ଆଇସିୟୁରେ ପ୍ରତାପ ଷଡ଼ଙ୍ଗୀ ଚିକିତ୍ସାଧୀନ ରହିଛନ୍ତି। ଛାତିରେ ହଠାତ ଯନ୍ତ୍ରଣା ଅନୁଭବ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ନିମୋନିଆ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ତିନି ଦିନ ହେବ ପ୍ରତାପ ଷଡ଼ଙ୍ଗୀ ଥଣ୍ଡା ଓ କାଶରେ ପୀଡ଼ିତ ଥିଲେ। ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱର ସିଡିଏମଓ ଡାକ୍ତର ଦୁଲାଲ ସେନ ଜଗଦେବ କହିଛନ୍ତି, ତିନି ଦିନ ତଳେ ସାଂସଦ ଷଡ଼ଙ୍ଗୀ କାଶ ଓ ଥଣ୍ଡାରେ ଆକ୍ରାନ୍ତ ହେବା ପରେ ଡାକ୍ତରଖାନାକୁ ଆସିଥିଲେ। ତେବେ ସୋମବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ ଯାଞ୍ଚ ପରେ ତାଙ୍କୁ ନିମୋନିଆ ହୋଇଥିବା ଜଣାପଡ଼ିଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତିନି ଜଣିଆ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ତେବେ ଆବଶ୍ୟକ ପଡ଼ିଲେ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।

 

Comments are closed.