Latest Odisha News

BREAKING NEWS

ମିଳୁନି ଫସଲର ଉତ୍ପାଦନ ମୂଲ୍ୟ, ଚାଷୀ ହତାଶ

ଅନୁଗୁଳ: ଗଦା ଗଦା ପରିବା । କ୍ଷେତରେ ଷଢ଼ୁଛି କୋବି, ଘରେ ଗଦା ହୋଇ ପଡ଼ିଛି ଟମାଟୋ । ଆଉ ପୁଣି କେଉଁଠି ଫସଲ ଅମଳ ଯୋଗ୍ୟ ହୋଇଥିଲେ ବି ବଜାର ଦର କମ୍ ଯୋଗୁ ତୋଳି କରି ଚାଷୀ ଖର୍ଚ୍ଚାନ୍ତ ହେବାକୁ ଚାହୁଁନି ।

ଏ ଦୃଶ୍ୟ ହେଉଛି ଅନୁଗୁଳର । ଜିଲ୍ଲାର ପ୍ରାୟ ସବୁ ପଞ୍ଚାୟତରେ କୋବି ଚାଷ ହେଉଥିବା ବେଳେ ଶୀତଳ ଭଣ୍ଡାରଟିଏ ନାହିଁ । ଫଳରେ ଉତ୍ପାଦିତ ଦ୍ରବ୍ୟକୁ ଚାଷୀ କମ୍ ମୂଲ୍ୟରେ ବିକ୍ରି କରି କ୍ଷତି ସହୁଛନ୍ତି ।

ଅନେକ ସମୟରେ ହାତୀ ଫସଲ ନଷ୍ଟ କରି ଦେଉଥିବା ବେଳେ ବଳକା ପରିବାକୁ ଦଲାଲ୍ କମ୍ ମୂଲ୍ୟରେ କିଣି ନେଉଛନ୍ତି । ଏବେ ବଜାରରେ ବିଭିନ୍ନ ପନିପରିବା ଦର କମ୍ ରହିଛି । ଫଳରେ ଅନୁଗୁଳ ଚାଷୀର ଫସଲର ଉତ୍ପାଦନ ମୂଲ୍ୟ ନ ପାଇ କ୍ଷତି ସହୁଛନ୍ତି ।

ଗୋଟିଏ କୋବି ପିଛା ୬ରୁ ୭ ଟଙ୍କା ଖର୍ଚ୍ଚ ଚାଷରେ ହେଉଥିବା ବେଳେ ବେପାରୀ ୩ ଟଙ୍କାରେ କିଣୁଛନ୍ତି । ସେହିଭଳି କେଜି ପିଛା ୫ରୁ ୬ ଟଙ୍କା ଦରରେ ଚାଷୀଙ୍କ ଠାରୁ କିଣୁଛନ୍ତି ବ୍ୟବସାୟୀ ।

ଉତ୍ପାଦନ ମୂଲ୍ୟ ଠାରୁ ବିକ୍ରି ମୂଲ୍ୟ କମ୍ ରହିଥିବାରୁ ଚାଷୀ କ୍ଷତି ସହୁଥିବା ବେଳେ ଜିଲ୍ଲାରେ ଗୋଟିଏ ବି ଶୀତଳଭଣ୍ଡାର ନାହିଁ । ପ୍ରଶାସନ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ନିର୍ମାଣ କଲେ ଅଭାବୀ ବିକ୍ରି ବନ୍ଦ ହୋଇ ପାରନ୍ତା ।

Leave A Reply

Your email address will not be published.