ଭୁବନେଶ୍ୱର: ଏକ ବର୍ଷ ପରେ ଗାଁରେ ପଲଟିକାଲ ଅଡିଟ୍ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ପଲଟିକାଲ ଅଡିଟ୍ ଦ୍ବାରା ଗାଁରେ ଅଟକି ରହୁଥିବା ଉନ୍ନୟନ ମୂଳକ କାର୍ଯ୍ୟର ଶିଘ୍ର ତ୍ବରାନ୍ନିତ ହୋଇପାରିବ। ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଅବସସରେ ଏହା କହିଛନ୍ତି ଭୁବନେଶ୍ବର ସାଂସଦ। ଜଟଣୀ ବ୍ଲକକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଇଛନ୍ତି ଭେଟି। ଜଟଣୀ ବ୍ଲକର କୁସୁମାଟି ପଞ୍ଚାୟତ ଅନ୍ତର୍ଗତ ଛଣଘର ଠାରେ ୫୦ ଲକ୍ଷରୁ ଉର୍ଦ୍ଧ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ଭୁବନେଶ୍ବର ସାଂସଦ। ଏହି ପ୍ରକଳ୍ପ ଦ୍ବାରା ୨୦ ହଜାର ଲୋକ ଉପକୃତ ହେବେ।
ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାସ୍ତା, ପାନୀୟ ଜଳ ଏବଂ ଅନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସାଂସଦ କହିଥିଲେ ଯେ ଗାଁ ଗାଁରେ ଅନେକ ଗୁଡ଼ୁଏ କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବା ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ କରାଯାଉଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶମୂଳକ କାର୍ଯ୍ୟ କିପରି ହେବ ତାହା ତାଙ୍କ ଦାୟିତ୍ବ ଏବଂ କର୍ତ୍ତବ୍ୟ। ପ୍ରତ୍ୟକ ଘରକୁ ରାସ୍ତା, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ପହଞ୍ଚାଇବା ମୂଳ ଲକ୍ଷ୍ୟ। ଆଗାମୀ ୪ବର୍ଷରେ ଏହି ଲକ୍ଷ୍ୟକୁ ପୁରଣ କରାଯିବ। ୨୦୧୯ ପରେ ୨୦୨୪ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକଙ୍କ ସେବା କରିବାର ସୁଯୋଗ ତାଙ୍କୁ ମିଳିଛି। ଏଥିପାଇଁ ସେ ଗର୍ବିତ ଏବଂ ଅଞ୍ଚଳବାସୀଙ୍କ ଋଣ ପରିଶୋଧ କରିବେ ବୋଲି ସେ କହିଥିଲେ। ତେବେ ଉଦଘାଟନୀ ଅବସସରେ ଏକ ବଡ଼ କଥା କହିଥିଲେ ସାଂସଦ ଅପରାଜିତା। ତେବେ ବିକାଶର କୌଣସି ଦଳ ନଥାଏ ଏବଂ ଦଳମତ ନିର୍ବିଶେଷରେ ଗାଁର ବିକାଶରେ ସାମିଲ ହେବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।
ସୂଚନା ଯୋଗ୍ୟ ଯେ, କୁସୁମାଟି ପଞ୍ଚାୟତର ଅନେକ ଗୁଡ଼ିଏ ଗାଁକୁ ଭଲ ରାସ୍ତା ନଥିଲା। ଅନେକ ଦିନରୁ ଦାବି ହୋଇଆସୁଥିଲେ ମଧ୍ୟ ଆଜି ତାହା ପୂରଣ ହୋଇଛି। ରାସ୍ତା, ପାନୀୟ ଜଳ ଏବଂ ଅନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାରୁ ଅଞ୍ଚଳରେ ଖୁସୀର ଲହରୀ ଖେଳିଯାଇଛି। ଏଥିପାଇଁ ସାଂସଦଙ୍କୁ ପ୍ରଶଂସା କରିଛନ୍ତି ପଞ୍ଚାୟତବାସୀ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ବିଶ୍ବରଞ୍ଜନ ବଡ଼ଜେନା, ସରପଞ୍ଚ ଶୁଭାଷୀନି ବିଶ୍ବାଳ, ସମିତି ସଭ୍ୟ ହରମୋହନ ଏବଂ ଜଟଣୀ ବିଡ଼ିଓ ଉପସ୍ଥିତ ଥିଲେ।
Comments are closed.