ନୂଆଦିଲ୍ଲୀ: ସାଧାରଣତଃ କୁହାଯାଏ ଯେ, ରାଜନେତାମାନେ ନିଜର ପିଲାମାନଙ୍କୁ ସେନାରେ ପଠାଇବାକୁ ଚାହାନ୍ତିନାହିଁ । ମାତ୍ର ଏଠି କଥାଟି ସମ୍ପୂର୍ଣ୍ଣ ଅଲଗା । ଆଜ୍ଞା ହଁ ଆମେ କହୁଛୁ ଚଳଚ୍ଚିତ୍ର ଅଭିନୟରୁ ରାଜନୀତିରେ ପାଦ ଥାପି ଥିବା ବିଜେପି ସାଂସଦ ରବି କିଶାନଙ୍କ ଝିଅ ଇଶିତା ଶୁକ୍ଲାଙ୍କ କଥା ।
ବିଜେପି ସାଂସଦ ରବି କିଶାନ ଓ ତାଙ୍କ ଝିଅ ଇଶିତା ଶୁକ୍ଲାଙ୍କ ଖବର ଏବେ ସୋସିଆଲ୍ ମିଡ଼ିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି । ପ୍ରତିରକ୍ଷା ବିଭାଗରେ ଯୋଗ ଦେବା ପରେ ଏବେ ଇଶିତାଙ୍କ ପାଖକୁ ଛୁଟିଛି ଶୁଭେଛାର ସୁଅ । ରବି କିଶନଙ୍କ ଝିଅ ଇଶିତାଙ୍କୁ ଏବେ ମାତ୍ର ୨୧ ବର୍ଷ ବୟସ | ଇଶିତା ପ୍ରଥମେ ଭାରତ ସରକାରଙ୍କ ଉଦ୍ୟମ ଅଗ୍ନିପଥ ଯୋଜନା ମାଧ୍ୟମରେ ସଶସ୍ତ୍ର ବାହିନୀରେ ଯୋଗ ଦେଇଥିଲେ। ଏହାପୂର୍ବରୁ, ଇଶିତା ଚଳିତ ବର୍ଷ ୨୬ ଜାନୁଆରୀରେ ଏନସିସି କ୍ୟାଡେଟ୍ ଭାବରେ ଦିଲ୍ଲୀ କର୍ତ୍ତବ୍ୟପଥରେ ହେଉଥିବା ପରେଡରେ ଭାଗ ନେଇଥିଲେ । ସେ ଦିଲ୍ଲୀ ନିର୍ଦ୍ଦେଶାଳୟର ୭ ବାଳିକା ବାଟାଲିୟନର ପ୍ରତିନିଧିତ୍ୱ କରିଥିଲେ।
ସୋସିଆଲ ମିଡ଼ିଆରେ ଇଶିତାଙ୍କ ପ୍ରଶଂସା କରି ଜଣେ ପ୍ରଶଂସକ କହିଛନ୍ତି ଯେ, ‘ ରବି ଭାଇ, ଅଭିନନ୍ଦନ। ଆମେ ତୁମ ଦୁହିଁଙ୍କ ପାଇଁ ଖୁବ୍ ଗର୍ବିତ | ଅନ୍ୟ ନେତା ମାନଙ୍କ ପାଇଁ ଏହା ଏକ ଉଦାହରଣ । ସେପଟେ ଝିଅର ସଫଳତା ଦେଖି ବାପା ରବି କିଶନ ନିଜର ଇନଷ୍ଟାଗ୍ରାମ ପେଜରେ ଝିଅର ଫଟୋ ସେୟାର କରି ଲେଖିଛନ୍ତି ଯେ, “ମୋର ସାହସୀ ଝିଅ ଇଶିତା ଶୁକ୍ଲା ଗତ ୩ ବର୍ଷ ଧରି ଆମ ଦେଶର ସେବା କରିବା ପାଇଁ ବହୁତ ପରିଶ୍ରମ କରିଆସୁଛି । ସେ ଦିଲ୍ଲୀ ନିର୍ଦ୍ଦେଶାଳୟର ୭ ବାଳିକା ବାଟାଲିଅନର ଜଣେ ଏନସିସି କ୍ୟାଡେଟ୍ । ଚଳିତ ବର୍ଷ ୨୬ ଜାନୁଆରୀରେ ଏନସିସି କ୍ୟାଡେଟ୍ ଭାବରେ ଦିଲ୍ଲୀ କର୍ତ୍ତବ୍ୟପଥରେ ହେଉଥିବା ପରେଡରେ ଭାଗ ନେଇଥିଲେ ଇଶିତା । ଯାହା ମୋ ପାଇଁ ଖୁବ୍ ଗର୍ବର କଥା ଥିଲା ।
BREAKING NEWS
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
- ଖଣି ଲିଜ୍ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
Comments are closed.