ନୂଆଦିଲ୍ଲୀ: ସାଧାରଣତଃ କୁହାଯାଏ ଯେ, ରାଜନେତାମାନେ ନିଜର ପିଲାମାନଙ୍କୁ ସେନାରେ ପଠାଇବାକୁ ଚାହାନ୍ତିନାହିଁ । ମାତ୍ର ଏଠି କଥାଟି ସମ୍ପୂର୍ଣ୍ଣ ଅଲଗା । ଆଜ୍ଞା ହଁ ଆମେ କହୁଛୁ ଚଳଚ୍ଚିତ୍ର ଅଭିନୟରୁ ରାଜନୀତିରେ ପାଦ ଥାପି ଥିବା ବିଜେପି ସାଂସଦ ରବି କିଶାନଙ୍କ ଝିଅ ଇଶିତା ଶୁକ୍ଲାଙ୍କ କଥା ।
ବିଜେପି ସାଂସଦ ରବି କିଶାନ ଓ ତାଙ୍କ ଝିଅ ଇଶିତା ଶୁକ୍ଲାଙ୍କ ଖବର ଏବେ ସୋସିଆଲ୍ ମିଡ଼ିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି । ପ୍ରତିରକ୍ଷା ବିଭାଗରେ ଯୋଗ ଦେବା ପରେ ଏବେ ଇଶିତାଙ୍କ ପାଖକୁ ଛୁଟିଛି ଶୁଭେଛାର ସୁଅ । ରବି କିଶନଙ୍କ ଝିଅ ଇଶିତାଙ୍କୁ ଏବେ ମାତ୍ର ୨୧ ବର୍ଷ ବୟସ | ଇଶିତା ପ୍ରଥମେ ଭାରତ ସରକାରଙ୍କ ଉଦ୍ୟମ ଅଗ୍ନିପଥ ଯୋଜନା ମାଧ୍ୟମରେ ସଶସ୍ତ୍ର ବାହିନୀରେ ଯୋଗ ଦେଇଥିଲେ। ଏହାପୂର୍ବରୁ, ଇଶିତା ଚଳିତ ବର୍ଷ ୨୬ ଜାନୁଆରୀରେ ଏନସିସି କ୍ୟାଡେଟ୍ ଭାବରେ ଦିଲ୍ଲୀ କର୍ତ୍ତବ୍ୟପଥରେ ହେଉଥିବା ପରେଡରେ ଭାଗ ନେଇଥିଲେ । ସେ ଦିଲ୍ଲୀ ନିର୍ଦ୍ଦେଶାଳୟର ୭ ବାଳିକା ବାଟାଲିୟନର ପ୍ରତିନିଧିତ୍ୱ କରିଥିଲେ।
ସୋସିଆଲ ମିଡ଼ିଆରେ ଇଶିତାଙ୍କ ପ୍ରଶଂସା କରି ଜଣେ ପ୍ରଶଂସକ କହିଛନ୍ତି ଯେ, ‘ ରବି ଭାଇ, ଅଭିନନ୍ଦନ। ଆମେ ତୁମ ଦୁହିଁଙ୍କ ପାଇଁ ଖୁବ୍ ଗର୍ବିତ | ଅନ୍ୟ ନେତା ମାନଙ୍କ ପାଇଁ ଏହା ଏକ ଉଦାହରଣ । ସେପଟେ ଝିଅର ସଫଳତା ଦେଖି ବାପା ରବି କିଶନ ନିଜର ଇନଷ୍ଟାଗ୍ରାମ ପେଜରେ ଝିଅର ଫଟୋ ସେୟାର କରି ଲେଖିଛନ୍ତି ଯେ, “ମୋର ସାହସୀ ଝିଅ ଇଶିତା ଶୁକ୍ଲା ଗତ ୩ ବର୍ଷ ଧରି ଆମ ଦେଶର ସେବା କରିବା ପାଇଁ ବହୁତ ପରିଶ୍ରମ କରିଆସୁଛି । ସେ ଦିଲ୍ଲୀ ନିର୍ଦ୍ଦେଶାଳୟର ୭ ବାଳିକା ବାଟାଲିଅନର ଜଣେ ଏନସିସି କ୍ୟାଡେଟ୍ । ଚଳିତ ବର୍ଷ ୨୬ ଜାନୁଆରୀରେ ଏନସିସି କ୍ୟାଡେଟ୍ ଭାବରେ ଦିଲ୍ଲୀ କର୍ତ୍ତବ୍ୟପଥରେ ହେଉଥିବା ପରେଡରେ ଭାଗ ନେଇଥିଲେ ଇଶିତା । ଯାହା ମୋ ପାଇଁ ଖୁବ୍ ଗର୍ବର କଥା ଥିଲା ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.