ଭୁବନେଶ୍ୱର: ମାଇଣ୍ଡ ଟ୍ରି ର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରୋତ ବାଗଚି ଓ ତାଙ୍କ ସ୍ତ୍ରୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି ବାଗଚି ଦମ୍ପତ୍ତି ।
ଏହି କ୍ଷୁଦ୍ର ଅର୍ଥରାଶି ବଲାଙ୍ଗିର ଜିଲ୍ଲାରେ କୋଭିଡ-୧୯ ମୁକାବିଲା ଲାଗି ନିୟୋଜନକ ହେବ । ଏହି ଅବସରରେ କୋଭିଡ-୧୯ ମହାମାରୀର ମୁକାବିଲା ଲାଗି ରାଜ୍ୟ ସରକାର ଅନେକ ପ୍ରଶଂସନୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଥିବା କହିଛନ୍ତି ସୁବ୍ରୋତ ।
ସୁବ୍ରୋତ ବାଗଚିଙ୍କ ଜନ୍ମ ବଲାଙ୍ଗିରର ପାଟଣାଗଡ଼ରେ । ଏବଂ ତାଙ୍କ ପତ୍ନୀ ମଧ୍ୟ ତାଙ୍କର ପ୍ରଥମ ଚାକିରୀ ବଲାଙ୍ଗିର ଜିଲ୍ଲାର ସରକାରୀ ବିଦ୍ୟାଳୟରେ କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ଭାବେ ସୁବ୍ରୋତ ବାଗଚିଙ୍କ କାର୍ଯ୍ୟକୁ ରାଜ୍ୟ ନିଶ୍ମିତରୂପେ ମନେ ରଖିବ । ଅନ୍ୟପଟେ ଚେକ୍ ଗ୍ରହଣ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅସିତ ତ୍ରିପାଠୀ ବାଗଚି ଦମ୍ପତ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ।
BREAKING NEWS
- ଜାନୁଆରୀ ୩୦ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା
- ପୂର୍ବତଟ ରେଳପଥର ରେକର୍ଡ; ୨୯୯ ଦିନରେ ୨୦୦୦ କୋଟି ଟଙ୍କାର ରାଜସ୍ୱ ଆୟ…
- ଟି୨୦ ବିଶ୍ୱକପ: ରୋହିତ କହିଲେ ହାର୍ଦ୍ଦିକ, ଅର୍ଶଦୀପ ହେବେ ଭାରତର ଟ୍ରମ୍ପ କାର୍ଡ
- MYGS ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୨ୟ ସ୍ଥାନ ହାସଲ
- ରାଜ୍ୟସଭା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବଡ଼ ବୟାନ; ହୋଇପାରେ ବଡ଼ ଗେମ୍
- ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ଦାବି କଲେ ଏକନାଥ ସିନ୍ଦେ
- କୋହଲି, ରୋହିତଙ୍କ ପ୍ରଭାବ: ବିସିସିଆଇ ନେବାକୁ ଯାଉଛି ବଡ ନିଷ୍ପତି
- Bharat Lite ସିଲିଣ୍ଡର ହେଲା ଲଞ୍ଚ; ବାହାରୁ ବଳକା ଗ୍ୟାସ୍ ଦେଖିପାରିବେ…
- ଏହି ଦିନ ପରଦାକୁ ଆସିବ ‘ଚକ୍ରାନ୍ତ’;ରହସ୍ୟ, ସସପେନ୍ସ ଓ ଥ୍ରିଲରର ନୂଆ ଯାତ୍ରା…
- Ajit Pawar death: ଅଜିତ ପାୱାରଙ୍କ ମୃତ୍ୟୁର ତଦନ୍ତ ସୁପ୍ରିମକୋର୍ଟଙ୍କ ତଦାରଖରେ ହେଉ: ମମତା
Comments are closed.