Latest Odisha News

BREAKING NEWS

ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ୭୭ ବର୍ଷ ବୟସରେ ଆଜି ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତ୍ରୀ ମୃଦୁଳା ସିହ୍ନାଙ୍କର ନିଧନ ହୋଇଛି । ସେ ଏକ ଧାରାରେ ଥିଲେ ଜଣେ ଜଣାଶୁଣା ହିନ୍ଦୀ ଲେଖିକା, ସାହିତ୍ୟିକ ଓ ଔପନ୍ୟାସିକା । ତା ଛଡା ବିଜେପି ମହିଳା ମୋର୍ଚ୍ଚା ଓ କେନ୍ଦ୍ରୀୟ ସମାଜ କଲ୍ୟାଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ପଦରେ ମଧ୍ୟ ରହିଥିଲେ ।

ନଭେମ୍ବର ୨୭, ୧୯୪୨ରେ ବିହାରର ଛପ୍ରା ଗ୍ରାମରେ ଜନ୍ମିଥିବା ମୃଦୁଳା ସିହ୍ନା ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଯୋଗଦେଇଥିଲେ । ତାଙ୍କ ନିଧନରେ ଅନେକ ବରିଷ୍ଠ ବିଜେପି ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଶୋକ ପ୍ରକାଶ କରିଛନ୍ତି ।

ସାଇକୋଲଜିରେ ପୋଷ୍ଟ ଗ୍ରାଜୁଏସନ୍ କରିବା ପରେ ସେ ନିୟମିତ ଭାବେ ଆଂଚଳିକ ତଥା ଜାତୀୟ ସ୍ତରର ଖବର କାଗଜ, ସାପ୍ତାହିକ ଓ ମାଗାଜିନରେ ସକ୍ରିୟ ଥିଲେ । ବିହାରରେ ଥିବା ସମୟରେ ସେ ଡା. ଏସ.କେ ସିହ୍ନା ମହିଳା କଲେଜରେ ଅଧ୍ୟାପିକା ଓ ପରେ ମୁଜାଫରପୁରରେ ଥିବା ଭାରତୀୟ ଶିଶୁ ମନ୍ଦିରରେ ପ୍ରିନ୍ସିପାଲ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ ।

ଏହି ମହାନ ବ୍ୟକ୍ତିତ୍ୱ ବିଭିନ୍ନ ଦିଗରେ ୪୬ଟି ପୁସ୍ତକ ମଧ୍ୟ ରଚନା କରିଥିଲେ । ଯେଉଁଥିରେ ସାମିଲ ଅଛି ଜ୍ୟେଁ ମେହେନ୍ଦୀ କୋ ରଙ୍ଗ, ନୟୀ ଦେଭ୍ୟାନୀ ଓ ଘରୱାସ୍ ଭଳି ଅନେକ ଉପନ୍ୟାସ । ଉପନ୍ୟାସ ଛଡା ସ୍ୱର୍ଗତଃ ରାଜମାତେ ବିଜୟରାଜେ ସିନ୍ଧିଆଙ୍କ ଉପରେ ସେ ଏକ ଜୀବନୀ ମଧ୍ୟ ରଚନା କରିଥିଲେ ।

ମୁଜାଫରପୁରର ଏକ କଲେଜର ପ୍ରଥମେ ଅଧ୍ୟାପକ ଓ ପରେ ବିହାରର କ୍ୟାବିନେଟ୍ ମନ୍ତ୍ରୀ ବନିଥିବା ଡା. ରାମ କ୍ରିପାଲ୍ ସିହ୍ନାଙ୍କୁ ସେ ବିବାହ କରିଥିଲେ । ନିଜ କାର୍ଯ୍ୟକାଳରେ ମୃଦୁଳା ସିହ୍ନା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଓ ଲକ୍ଷ୍ମୀକାନ୍ତ ପରେଶକରଙ୍କୁ ସେ ଶପଥ ପାଠ କରାଇଥିଲେ । ଏହା ସହ ବର୍ତ୍ତମାନର ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ମଧ୍ୟ ସେ ଶପଥ ପାଠ କରାଇଥିଲେ ।

Leave A Reply

Your email address will not be published.