Latest Odisha News

ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ମୃଣାଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବିବାହ ଚର୍ଚ୍ଚା ମଧ୍ୟରେ ବଲିଉଡର ଲୋକପ୍ରିୟ ରାପର ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ଅଭିନେତ୍ରୀ ମୃଣାଲ ଠାକୁର । ଜୋର ଧରିଲା ଡେଟିଂ ଚର୍ଚ୍ଚା । କିଛି ଦିନ ହେବ ମୃଣାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ସେ କାହାକୁ ଓ କେବେ ବିବାହ କରିବେ, ତାହା ସାମ୍ନାକୁ ଆସିନଥିଲା । ଏହା ସହ ମୃଣାଲ ମଧ୍ୟ ବିବାହ ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ।
ଏବେ ମୃଣାଲ, ବାଦଶାହଙ୍କ ହାତ ଧରି ଦୀପାବଳି ପାର୍ଟିକୁ ଯିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଦୁହିଁଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦୀପାବଳି ପାଇଁ ଏକ ବଡ଼ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ଅନେକ ବଡ଼ ବଡ଼ କଳାକାର ନଜର ଆସିଥିଲେ । ବାଦଶାହ ଓ ମୃଣାଲ ମଧ୍ୟ ପାର୍ଟିରେ ପହଞ୍ଚିଥିଲେ । ହେଲେ ଦୁହେଁ ଏକା ସାଙ୍ଗରେ ଗୋଟିଏ କାରରେ ଆସିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରସ୍ପରର ହାତ ଧରି ଦୁହେଁ ପାର୍ଟିକୁ ଯାଉଥିବାର ଦେଖି ଏବେ ଦୁହେଁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ବାଦଶାହ ପ୍ରାୟ ତିନି ବର୍ଷ ପୂର୍ବେ ପତ୍ନୀ ଜସ୍ମିନଙ୍କଠାରୁ ଅଲଗା ହେବା ପରେ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହୋଇଥିଲା । ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେବା ପରେ ଏହା ମିଛ ବୋଲି କହିଥିଲେ ବାଦଶାହ ।

Comments are closed.