Latest Odisha News

ଧୋନିଙ୍କ କ୍ରିକେଟ୍ କ୍ୟାରିୟରକୁ ଆଜି ପୂରିଲା ୧୫ ବର୍ଷ

ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଅଧିନାୟକ ଏବଂ ଭଲ ଫିନିଶର ଭାବେ ମହେନ୍ଦ୍ର ସିଂ ଧୋନୀ ପ୍ରଶଂସକଙ୍କ ପାଖରେ ବେଶ୍ ଜଣାଶୁଣା ।

୨୩ ଡିସେମ୍ବର ୨୦୦୪ରେ ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୧୫ ବର୍ଷ ସମ୍ପୂର୍ଣ୍ଣ କରିବା ପରେ ପ୍ରଶଂସକମାନେ ତାଙ୍କ ଖେଳ ଏବଂ ଦକ୍ଷତାକୁ ମନେ ପକାଇଛନ୍ତି ।

ଭାରତୀୟ କ୍ରିକେଟରେ ଧୋନୀ ମାନିଆର ଏତେ କ୍ରେଜ ଯେ….ପ୍ରଶଂସକମାନେ କୌଣସି ଆଲୋଚନା ତାଙ୍କ ବିଷୟରେ ଶୁଣିବାକୁ ଚାହାଁନ୍ତି ନାହିଁ । ଆସନ୍ତୁ ଧୋନୀଙ୍କ କ୍ୟାରିୟରର ଏକ ବିହଙ୍ଗାବଲୋକନ କରିବା ।

ବାଂଲାଦେଶ ବିପକ୍ଷରେ ଧୋନୀ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ । ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଚାପ ଯୋଗୁ ସେ ଭାରତୀୟ ଦଳରେ ବହୁ କଷ୍ଟରେ ସ୍ଥାନ ପାଇଥିଲେ । ପ୍ରଥମ ମ୍ୟାଚରେ ସେ ଶୂନରେ ରନଆଉଟ ହୋଇଥିଲେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ସଫଳ ହୋଇ ନ ଥିଲେ ମଧ୍ୟ ଶେଷରେ ଅନ୍ତର୍ଜାତୀୟ କ୍ରିକେଟରେ ୧୭୨୬୬ ରନ ସଂଗ୍ରହ କରିଥିଲେ । ୧୯୮୩ ଦିନିକିଆ ବିଶ୍ୱକପରେ ଭାରତ ଏହି ସଫଳତା ଦୋହାରାଇ ପାରି ନ ଥିଲା । ଶେଷର ଧୋନୀଙ୍କ ନେତୃତ୍ୱରେ ୨୦୧୧ ପୁନର୍ବାର ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା ।

୩୮ ବର୍ଷୀୟ ଏହି ଭେଟେରାନ ଖେଳାଳିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଇସିସି ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫିଦ୍ଧ୍ ଜିତିଥିଲା । ୨୦୦୭ରେ ରୋମାଂଚକ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ରନରେ ହରାଇ ଟି୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ବିଜୟ ହାସଲ କରିଥିଲା ।

୨୦୧୯ ଆଇସିସି ଦିନିକିଆ ବିଶ୍ୱକପରେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ଧୋନୀ ଆଉ ତା’ପରଠାରୁ କୌଣସି ମ୍ୟାଚ ଖେଳି ନାହାନ୍ତି ।

ସଂକ୍ଷେପରେ ଧୋନୀ

୨୦୦୪-ପଦାର୍ପଣ ଅନ୍ତର୍ଜାତୀୟ ମ୍ୟାଚ
୨୦୦୫: ଉଇକେଟ କିପର ଭାବେ ସର୍ବାଧିକ ସ୍କୋର
୨୦୦୬:ଏକ ନମ୍ବର ସ୍ଥାନରେ ପହଂଚିବାରେ ଦ୍ରୁତତମ ଖେଳାଳି
୨୦୦୭:ଟି୨୦ ବିଶ୍ୱକପ ଏବଂ ରାଜୀବ ଖେଳ ରତ୍ନ ପୁରସ୍କାର
୨୦୦୮:ଆଇସିସି ପ୍ଲେୟାର ଅଫ ଦି ଇୟର
୨୦୦୯: ପଦ୍ମଶ୍ରୀ ସମ୍ମାନ
୨୦୧୦: ଏସିଆ କପ୍/ଆଇପିଏଲ/ସିଏଲଟି୨୦
୨୦୧୧:ବିଶ୍ୱକପ/ଆଇପିଏଲ
୨୦୧୨: ଅଧିନାୟକ ଭାବେ ୧୦୦ ଅନ୍ତର୍ଜାତୀୟ ମ୍ୟାଚ
୨୦୧୩:ଚାମ୍ପିୟନ୍ସ ଟ୍ରଫି
୨୦୧୪:ଚାମ୍ପିୟନ୍ସଲିଗ୍ ଟି୨୦
୨୦୧୫: ଅଧିନାୟକ ଭାବେ ୧୦୦ ଦିନିକିଆରେ ବିଜୟ ହାସଲ
୨୦୧୬:ଏସିଆ କପ୍/୭୦୦ଞ୍ଚ ଡିସମିସାଲ
୨୦୧୭:୧୦୦ଷ୍ଟମ୍ପିଂ
୨୦୧୮: ଆଇପିଏଲ/ପଦ୍ମଭୂଷଣ
୨୦୧୯: ୩୫୦ତମ ଦିନିକିଆ

 

Leave A Reply

Your email address will not be published.