ରାଂଚି: ଫିଲ୍ଡରେ ଧୋନୀ । ତେବେ ଏହା କ୍ରିକେଟ ଫିଲ୍ଡ ନୁହେଁ । ଏହି ଫିଲ୍ଡ ହେଉଛି ଚାଷୀର । ଯେଉଁଠି ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରେ । ଆଉ ଏବେ ଏହି ଫିଲଡ୍ର ଜଣେ ଚାଷୀ ପାଲଟିଛନ୍ତି କ୍ରିକେଟ ଫିଲ୍ଡର କ୍ୟାପ୍ଟେନ । କରୋନା ପାଇଁ କ୍ରିକେଟ ମ୍ୟାଚ୍ ବନ୍ଦ ଥିବା ବେଳେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଚାଷ ଜମିରେ ଦେଖିବାକୁ ମିଳିଛି । ବ୍ୟାଟ୍ ବଦଳରେ କ୍ୟାପଟେନ କୁଲଙ୍କ ହାତରେ ଅଛି ଟ୍ରାକ୍ଟରର ଷ୍ଟ୍ରିୟରିଂ। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ କ୍ୟାପେଟନ ମହେନ୍ଦ୍ର ସିଂ ଧୋନୀ ଜମିରେ ଚାଷ କରୁଛନ୍ତି । ଟ୍ରାକ୍ଟରରେ ବସି ଜମିକୁ ହଳ କରୁଛନ୍ତି ଧୋନୀ ।
Let’s start sowing the seeds ft. MS Dhoni..?#Dhoni #Ranchi #MahiWay pic.twitter.com/Z353QFSmJF
— MS Dhoni Fans Official (@msdfansofficial) June 28, 2020
ତାଲାବନ୍ଦ ଭିତରେ କ୍ରିକେଟରୁ କୃଷକ ଆଡ଼କୁ ମନବଳାଇଛନ୍ତି ମାହି । ନିଜ ରାଂଚି ସ୍ଥିତ ଫାର୍ମ ହାଉସରେ କ୍ଷେତକୁ ଚାଷ କରୁଛନ୍ତି । ୨୨ ଗଜର ପଡ଼ିଆକୁ ଛାଡ଼ି ମାହିଙ୍କୁ ୨୨ ଏକରର ଜମିରେ ଚାଷ କରୁଥିବା ଦେଖିବାକୁ ମିଳିଛି । ପ୍ରାୟ ବର୍ଷେ ଧରି ନିଜକୁ କ୍ରିକେଟ ଠାରୁ ଦୂରେଇ ରଖିଥିବା ଧୋନୀ ଶେଷଥର ପାଇଁ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳିଥିଲେ ।
୨୦୧୯ ବିଶ୍ୱକପ ସେମିଫାଇନାଲରେ ଖେଳିବା ପରେ ତାଙ୍କୁ ଆଉ କିକ୍ରେଟ କ୍ରିଜ ଭିତରେ ଦେଖିବାର ସୁଯୋଗ ପାଇନାହାନ୍ତି ପ୍ରଶଂସକ । ତଥାପି କୌଣସି ନା କୌଣସି କାରଣରୁ କ୍ୟାପଟେନ୍ କୁଲ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଧୋନି ଏହି ନିଆରା ଅନ୍ଦାଜକୁ ବେଶ ପସନ୍ଦ କରିଛନ୍ତି ତାଙ୍କ ପ୍ରଶଂସକ ।
Comments are closed.