Latest Odisha News

BREAKING NEWS

କ୍ରିକେଟର ଧୋନିଙ୍କ ବାପା, ମାଆ କରୋନା ପଜିଟିଭ୍

ରାଞ୍ଚି: କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ବାପା, ମାଆ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ଧୋନିଙ୍କ ପାତି ପାନ ସିଂହ ଓ ମାତା ଦେବିକା ଦେବୀ ବାରିୟାତୁ ରୋଡ୍ ସ୍ଥିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଧୋନି ଏବେ ଆଇପିଏଲ୍ ମ୍ୟାଚ୍ ପାଇଁ ମୁମ୍ବାଇରେ ଅଛନ୍ତି ।

ତେବେ ଧୋନିଙ୍କ ବାପା, ମାଆଙ୍କ ସ୍ୱସ୍ଥ୍ୟାବସ୍ଥା ସାମାନ୍ୟ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ସେମାନଙ୍କ ଅକ୍ସିଜେନ୍ ସ୍ତର ଠିକ୍ ରହିଛି । କରୋନା ସଂକ୍ରମଣ ଫୁସଫୁସ୍ ଯାଏ ପହଞ୍ଚି ନଥିବା ଡାକ୍ତର କହିଛନ୍ତି । ଆଗାମୀ କିଛିଦିନ ମଧ୍ୟରେ ଉଭୟ ଠିକ୍ ହୋଇଯିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ଝାଡ଼ଖଣ୍ଡରେ କୋଭିଡ୍ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି । ସରକାର ସଂକ୍ରମଣକୁ ଦେଖି ୨୨ ଏପ୍ରିଲରୁ ୨୯ ଏପ୍ରିଲ୍ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ।

Leave A Reply

Your email address will not be published.