Latest Odisha News

BREAKING NEWS

ସନ୍ୟାସୀ ସାଜିଲେ ଧୋନି, IPL ପୂର୍ବରୁ ନୂଆ ଅବତାର

ଚେନ୍ନାଇ: ଆଇପିଏଲ୍ ପୂର୍ବରୁ ନିଜ ଫ୍ୟାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି ମାହି । ଟିମ୍ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା । ବୌଦ୍ଧ ସନ୍ୟାସୀ ଗେଟଅପରେ ନଜର ଆସିଛନ୍ତି ଧୋନି । ଫଟୋ ଦେଖିବା ପରେ କେହି କେହି ଭାବୁଛନ୍ତି ଧୋନିଙ୍କ ଏହି ନୂଆ ଅବତାର କଣ ପାଇଁ ?

ଲଣ୍ଡା ମୁଣ୍ଡ, ଦେହରେ ସନ୍ୟାସୀଙ୍କ ଭଳି ପରିଧାନ କରିଥିବା ବସ୍ତ୍ର । ଶାନ୍ତ ସ୍ୱଭାବରେ ଗଛ ମୂଳେ ମାହି ବସିଥିବା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଆଗାମୀ ଆଇପିଏଲ୍ ସିଜିନ ପୂର୍ବରୁ ଧୋନିଙ୍କ ନୂଆ ଲୁକ୍ସ ସମସ୍ତଙ୍କୁ ଚକିତ ବି କରିଛି ।

ପ୍ରକୃତ କଥା ହେଉଛି, ଏହା ହେଉଛି ଧୋନିଙ୍କ ବିଜ୍ଞାପନ ସୁଟିଂର ଏକ ଫଟୋ । ଷ୍ଟାର ସ୍ପୋର୍ଟସ୍‌ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏହି ଫଟୋକୁ ସେୟାର କରିଛି । କ୍ୟାପସନରେ ଲେଖାଅଛି, ‘ଧୋନିଙ୍କ ଏହି ନୂଆ ଲୁକ୍ ଦେଖି ଆମେ ସମସ୍ତେ ଚକିତ’ । ଧୋନିଙ୍କ ଏହି ଫଟୋକୁ ନେଇ ଅନେକ ମଜାଦାର ମିମ୍ସ ହେଉଥିବା ବେଳେ ଫ୍ୟାନ ବି ପସନ୍ଦ କରୁଛନ୍ତି । ଢ଼େର କମେଣ୍ଟ ବି ମିଳୁଛି । ସବୁବେଳେ କିଛି ନୂଆ ହେୟାର ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି ଧୋନି ।

Leave A Reply

Your email address will not be published.