Latest Odisha News

BREAKING NEWS

ଏସସିବି ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ

କଟକ: କଟକ ଏସସିବି ମେଡିକାଲ୍ କଲେଜରେ ପୁଣି ଅଗ୍ନକାଣ୍ଡ । ଏସ୍‌ସିବିର ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରଖିଛି ।

ଗତକାଲି ଶନିବାର ଅପରାହ୍ଣରେ ମଧ୍ୟ କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲା । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Leave A Reply

Your email address will not be published.