ନୂଆଦିଲ୍ଲୀ: ସିନେମାରେ ଏଣ୍ଟ୍ରି ମାରିଲେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି । ବ୍ୟାଟ ବଦଳରେ ଧୋନିଙ୍କ ହାତରେ ଦେଖିବାକୁ ମିଳିଲା ବନ୍ଧୁକ । ଫିଲ୍ମ ଦି ଚେଜରରେ ଦେଖିବାକୁ ମିଳିଛି ଧୋନିଙ୍କ ଅଭିନୟ । ଧୋନିଙ୍କ ଅଭିନିତ ଫିଲ୍ମର ଟିଜର ରିଲିଜ ହେବା ପରେ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆର ମାଧବନଙ୍କ ସହିତ ଦେଖିବାକୁ ମିଳିଛି ଧୋନିଙ୍କୁ । ଚମତ୍କାର ଅଭିନୟ ସହ ଧୋନିଙ୍କ ଏପରି ଅନ୍ଦାଜ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଫ୍ୟାନ୍ସ ।
ପୂର୍ବରୁ ଧୋନି ଜୀବନିକୁ ନେଇ ଆସିଥିଲା ଫିଲ୍ମ । ଏବେ କିନ୍ତୁ ନିଜେ ଫିଲ୍ମ କରିଛନ୍ତି ଅଭିୟନ । ଯାହାକୁ ଦେଖିବାକୁ ଖୁବ୍ ଏକ୍ସଆଇଟେଡେ ଅଛନ୍ତୁ ଫ୍ୟାନ୍ସ । ଧୋନି ହେଉଛନ୍ତି ହିଟ୍ ଫର୍ମୁଲାର ନାଁ। ସେ କ୍ରିକେଟ ମୈଦାନ ହେଉ କି ବିଜ୍ଞାପନ କିମ୍ବା ସିନେମା ଧୋନିଙ୍କ ନାଁ ହିଁ ଯଥେଷ୍ଟ। କ୍ରିକେଟରୁ ଅବସର ନେଇଥିବା ଧୋନି ଏବେ ସିନେମାରେ ନଜର ଆସିଛନ୍ତି। ଧୋନିଙ୍କ ଅଭିନୀତ ଫିଲ୍ମ ଦି ଚେଜର ର ଟିଜର ଆସିଛି। ଆଉ ଏଥିରେ ଧୋନିଙ୍କ ହାତରେ ବ୍ୟାଟ୍ ବଦଳରେ ଦେଖାଦେଇଛି ରିଭଲଭର। ଏହା ଏକ କ୍ରାଇମ ଥ୍ରିଲର। ଆର ମାଧବନଙ୍କ ସହିତ ଷ୍ଟଣ୍ଟ କରୁଥିବା ଧୋନଙ୍କୁ ଦେଖିବାକୁ ମିଳିଛି। ଆର ମାଧବନ ସୋସିଆଲ ମିଡିଆରେ ଏହି ଟିଜରକୁ ସେୟାର କରିଥିବା ବେଳେ ଏଥିରେ ମାହିଙ୍କୁ ଚମତ୍କାର ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଟିଜରରେ ଦେଖିବାକୁ ମିଳିଛି ଏକ ମିଶନ ପାଇଁ ବାହାରିଛନ୍ତି ଦୁଇଜଣ। ଆଉ କିଛି ଗନ ଫାଇଟ। ତାପରେ ଫନି ଡାଏଲଗ ବାତ୍ ଖତମ।
ଟିଜରରେ ଧୋନି ଓ ମାଧବନ ଷ୍ଟାଇଲିସ ଲୁକ୍ରେ ଦେଖିବାକୁ ମିଳିଛି। ତାପରେ ସବୁ କିଛି ସସ୍ପେନ୍ସ। ଏହି ଫିଲ୍ମରେ କଣ ରହିଛି ସବଜେକ୍ଟ କଣ ରହିଛି ମିଶନ ତାହା ଆଗକୁ ଜଣା ପଡ଼ିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଏଥିରେ ବି ଧୋନିଙ୍କ ଧମାକା ଦେଖିବାକୁ ମିଳିବ। ଦର୍ଶକଙ୍କୁ ଟିକିଏ ପଛକୁ ନେଇଯାଉଛୁ … ଧୋନିଙ୍କ ନାଁରେ ହିଁ ପୂର୍ବରୁ ଫିଲ୍ମ ହୋଇଥିଲା ଆଉ ଏଥିରେ ହିରୋ ଥିଲେ ସୁଶାନ୍ତ ସିଂହ ରାଜପୁତ। ଡାର୍କ ହର୍ସ ଭାବେ ଆସି ଏହି ଫିଲ୍ମ ବଲିଉଡ଼ରେ ସୁପର ହିଟ୍ ହୋଇଥିଲା।
Comments are closed.