ନୂଆଦିଲ୍ଲୀ: ଭାରତରେ ମୋଗଲମାନେ ପ୍ରାୟ ଦେଢ଼ଶହ ବର୍ଷ ଧରି ଶାସନ କରିଥିଲେ। 1526 ମସିହାରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଯାଇଥିଲା l ଏବଂ 1857 ମସିହାରେ ଭାରତରେ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା l ଦେଖିବାକୁ ଗଲେ ଭାରତରେ ମୋଗଲମାନଙ୍କର ଏକ ସୁବର୍ଣ୍ଣ ଇତିହାସ ରହିଛି l କିନ୍ତୁ ମୋଗଲ କାଳରେ, କିଛି ଜିନିଷ ଏପରି ଥିଲା ଯାହା ବିବାଦୀୟ ହେବ ସହ ରହସ୍ୟମୟ ମଧ୍ୟ ଥିଲା l ପଞ୍ଚଦଶ ଶତାବ୍ଦୀରେ, ଯେତେବେଳେ ବାବର ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କଲେ ସେତେବେଳେ ସେ ହରମର ପ୍ରଚଳନ ଆରମ୍ଭ କରିଥିଲେ।
ମୋଗଲ କଲା ପୂର୍ବରୁ ଅର୍ଥାତ 1299 ଶତାବ୍ଦୀ ମୋଗଲ କାଳ ପୂର୍ବରୁ କିଛି ସ୍ଥାନରେ ହରମ ପ୍ରଚଳିତ ଥିଲା l ମୋଗଲ କାଳରେ ଅନେକ ମହିଳା ହରମରେ ରହୁଥିଲେ। ଆକବରଙ୍କ ଶାସନ କାଳରେ ପ୍ରାୟ 5000 ମହିଳା ଏଥିରେ ବାସ କରୁଥିଲେ l ହରମରେ ରହିବ ପାଇଁ ଅନେକ କଠୋର ନିୟମ ମଧ୍ୟ କରାଯାଇଥିଲା। ଏହି ନିୟମଗୁଡ଼ିକ ମାନି ସେଠାରେ ମହିଳା ମାନେ ରହୁଥିଲେ l ଜାଣି ଆଶ୍ଚର୍ଯ୍ୟ ହେବେ ହରମରେ ରହୁଥିବା ମହିଳାମାନଙ୍କୁ ସେମାନଙ୍କ ନାମରେ ଡକାଯାଏନାହିଁ l ଏହା ପଛରେ ରହିଛି କିଛି କାରଣ l
ବାସ୍ତବରେ ଯେଉଁ ମହିଳାମାନେ ମୋଗଲ କାଳରେ ହରମରେ ରହୁଥିଲେ ତାଙ୍କ ବିଷୟରେ ଅନେକ କାହାଣୀ ଲେଖାଯାଇଛି l ଯାହା ଉପରେ ଭିନ୍ନ ଐତିହାସିକମାନଙ୍କର ଭିନ୍ନ ମତ ରହିଛି l ଐତିହାସିକଙ୍କ ଅନୁଯାୟୀ, ମୋଗଲ କାଳରେ, ହରମରେ ରହୁଥିବା ମହିଳାଙ୍କ ନାମକୁ ନେଇ ଏକ ନିୟମ ମଧ୍ୟ କରାଯାଇଥିଲା। ହରମରେ ରହୁଥିବା କୌଣସି ମହିଳାଙ୍କୁ ତାଙ୍କ ପ୍ରକୃତ ନାମରେ କେହି ଡାକନ୍ତି ନାହିଁ l ଆଉ ଏହି ନିୟମକୁ ଅତି କଠୋର ଭାବରେ ପାଳନ ମଧ୍ୟ କରାଯାଏ l ବାସ୍ତବରେ ଅନେକ ଦେଶର ମହିଳାମାନେ ଏହି ହରମରେ ରହୁଥିଲେ। ମୋଗଲମାନେ ସେମାନଙ୍କୁ ବନ୍ଦୀ କରି ଆଣୁଥିଲେ ନଚେତ କେଉଁ ରାଜା ଯଦି ସେହି ମହିଳାଙ୍କୁ ପସନ୍ଦ କରନ୍ତି ତେବେ ସେହି ମହିଳାମାନଙ୍କୁ ଆଣି ଏହି ହରମରେ ରଖନ୍ତି ନଚେତ ଟଙ୍କା ଦେଇ ସେହି ମହିଳା ମାନଙ୍କୁ କିଣି ଆଣି ସେଠାରେ ରଖନ୍ତି l ବାହ୍ୟ ଲୋକଙ୍କ ଠାରୁ ସେମାନଙ୍କୁ ଲୁଚାଇ ରଖିବା ପାଇଁ ସେହି ମହିଳା ମାନଙ୍କୁ ସେମାନଙ୍କ ପ୍ରକୃତ ନାମରେ ନ ଡାକି ଅନ୍ୟ ନାମରେ ଡାକିଥାନ୍ତି l
ହରମରେ ରହୁଥିବା ଅଧିକାଂଶ ମହିଳା ରାଜାମାନଙ୍କର ମନୋରଞ୍ଜନ କରିବା ସହ ସେମାନଙ୍କ ଆଶା ପୁରାଣ କରିଥାନ୍ତି l ରାଜା ମାନଙ୍କୁ ଛାଡି ଦେଲେ ସେହି ମହିଳା ମାନଙ୍କ ପାଖକୁ ଅନ୍ୟ କାହାରିକୁ ଯିବାକୁ ଅନୁମତି ନଥାଏ l ଯଦି କୌଣସି ଲୋକ ସେହି ମହିଳାଙ୍କୁ ଦେଖା କରିବାକୁ ଚେଷ୍ଟା କରନ୍ତି ତେବେ ରାଜା ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରନ୍ତି l ଏହି ସବୁରୁ ନିବୃତ ରହିବ ପାଇଁ ସେହିଁ ମହିଳା ମାନଙ୍କର ନାମ ପରିବର୍ତ୍ତନ କରାଯାଇଥାଏ l
Comments are closed.