Latest Odisha News

BREAKING NEWS

ଆଣ୍ଟିଲିଆ ସମ୍ମୁଖରେ ବିସ୍ଫୋରକ ଜବତ ମାମଲା; ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ ସଚିନ ଭେଜଙ୍କ ଗିରଫ ଦାବି କଲେ ମହାରାଷ୍ଟ୍ରର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି ଗାଡି ଜବତ ମାମଲାରେ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର ମୁମ୍ବାଇ ପୋଲିସର ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ ଏପିଆଇ ସଚିନ ଭେଜଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ମହାରାଷ୍ଟ୍ର ବିଧାନସଭାକୁ ସମ୍ବୋଧିତ କରି ଦେବେନ୍ଦ୍ର ଫଡନାଭିସ୍ ଦାବି କରିଛନ୍ତି ଯେ ଗତ ମାସରେ ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରେ ମିଳିଥିବା ବିସ୍ଫୋରକ କାରଟି ଏହି ଘଟଣାର ଚାରି ମାସ ପୂର୍ବରୁ API ସଚିନ ଭେଜଙ୍କ ପାଖରେ ଥିଲା।

ପରେ କାରର ମାଲିକ ମନସୁଖ ହିରେନଙ୍କ ମୃତଦେହ ମିଳିଥିଲା। ଫଡନାଭିସ୍ ଦାବି କରିଛନ୍ତି ଯେ ମନସୁଖ ହିରେନଙ୍କ ପତ୍ନୀ ସନ୍ଦେହ କରୁଛନ୍ତି ଯେ ସଚିନ ଭେଜେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ଏହାକୁ କେନ୍ଦ୍ରକରି ଫଡନାଭିସ୍‌ ସଚିନ ଭେଜଙ୍କ ଗିିରଫଦାରୀ ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.