Latest Odisha News

BREAKING NEWS

ଜଳୁଛି ଶିମିଳିପାଳ ଜଙ୍ଗଲ, ଜନବସତି ମୁହାଁ ବନ୍ୟପ୍ରାଣୀ

ଭୁବନେଶ୍ୱର : ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭିବାର ନାଁ ନଉନି । ଗଛଲତା ଜଳି ପାଉଁଶ ହେଲାଣି । ଆଉ ଜୀବଜନ୍ତୁଙ୍କର କେଉଁଠି ମୃତ୍ୟୁ ହେଲାଣି ତ କେଉଁଠି ସେମାନେ ପ୍ରାଣ ବଞ୍ଚାଇବା ପାଇଁ ଏବେ ଜନବସତି ମୁହାଁ ।

ଜଙ୍ଗଲରୁ ଏକ ହରିଣ ଆସି କରଂଜିଆ ବନଖଣ୍ଡ ରରୁଁଆ ବିଟ ବୃନ୍ଦେଇ ପୋଷି ଗାଁରେ ବିଜୁ ମହାରଣାଙ୍କ ଘରେ ପସିଯାଇଥିଲା । ନିଆଁର ତାପରେ ହରିଣଟି ଅସୁସ୍ଥ ହୋଇପଡିଥିବା ବନବିଭାଗ କର୍ମଚାରୀମାନେ କହିଛନ୍ତି । ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ବନବିଭାଗ ପଠାଇଛି ।

ଶିମିପାଳ ଜଙ୍ଗଲରେ ଏବେ ନିଆଁ ଯୋଗୁଁ ଉତ୍ତାପ ବଢିବାରେ ଲାଗିଛି । ଏଥି ସହ ଚାରିଆଡେ ଧୁଆଁଳିଆ ହୋଇପଡିଥିବାରୁ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିଛି ।

Leave A Reply

Your email address will not be published.