Latest Odisha News

ଆଣ୍ଟିଲିଆ ସମ୍ମୁଖରେ ବିସ୍ଫୋରକ ଜବତ ମାମଲା: ସିସିଟିଭିରୁ ଧରାପଡ଼ିଲେ ସଂଦିଗ୍ଧ ବ୍ୟକ୍ତି

ମୁମ୍ବାଇ: ମୁମ୍ବାଇରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ବାହାରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏସୟୁଭି ରଖିଥିବା ସଂଦିଗ୍ଧ ବ୍ୟକ୍ତିଙ୍କୁ ସିସିଟିଭିରେ ଧରାଯାଇଛି।

(ପିପିଏ) ପିନ୍ଧିଥିବା ବ୍ୟକ୍ତି ଜଣକ ଫେବୃଆରୀ ଶେଷ ସପ୍ତାହରେ ମୁମ୍ବାଇର ମୁକେଶ ଅମ୍ବାନୀଙ୍କ ବାସଭବନ ‘ଆଣ୍ଟିଲିଆ’ ବାହାରେ ବିସ୍ଫୋରକ ଜେଲାଟିନ୍ ଷ୍ଟିକ୍‌ ଭର୍ତ୍ତି ଏସୟୁଭି ରଖିଥିବା ସନ୍ଦେହ କରାଯାଉଛି।

ଫେବୃଆରୀ ୨୫ ରେ ଦକ୍ଷିଣ ମୁମ୍ବାଇର ଅମ୍ବାନୀଙ୍କ ଉଚ୍ଚ ମହଲା ବିଶିଷ୍ଟ ବାସଭବନ ଆଣ୍ଟିଲିଆ ନିକଟରେ ୨୦ ଟି ଜେଲାଟିନ୍ ଷ୍ଟିକ୍‌ ଥିବା ଏକ ସ୍କର୍ପିଓ ଜବତ ହୋଇଥିଲା। ତଦନ୍ତ ପରେ ପୋଲିସ କହିଛି ଯେ ଫେବୃଆରୀ ୧୮ରେ ଏୟାରୋଲି-ମୁଲୁଣ୍ଡ ବ୍ରିଜରୁ ଏହି ଗାଡି ଚୋରି ହୋଇଛି।

Comments are closed.