Latest Odisha News

କରନଙ୍କ ଧର୍ମା ପ୍ରଡକ୍ସନ ଉପରେ ମୁକେଶ ଅମ୍ବାନୀଙ୍କ ନଜର! 

ମୁମ୍ବାଇ: ତୈଳଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ, ଏସିଆର ଅଗ୍ରଣୀ ବ୍ୟବସାୟୀ ତଥା ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବ୍ୟବସାୟ ସବୁ କ୍ଷେତ୍ରରେ ବ୍ୟାପିଛି। କିନ୍ତୁ ଏବେ ଖବର ଆସୁଛି ଯେ ସେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ସୂଚନା ଅନୁଯାୟୀ, କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସରେ ମୁକେଶ ଅମ୍ବାନୀ ଶେୟାର କିଣିବା ନେଇ ଚର୍ଚ୍ଚା ହେଉଛି। ଯଦି ଏଭଳି ହୁଏ ତାହେଲେ ରିଲାଏନ୍ସ ଗ୍ରୁପ୍ ଭାରତୀୟ କଣ୍ଟେଣ୍ଟ ପ୍ରଡକ୍ସନ ଇଣ୍ଡଷ୍ଟ୍ରିରେ ଆଧିପତ୍ଯ ସ୍ଥାପନ କରିବ।

ତେବେ ଧର୍ମା ପ୍ରଡକ୍ସନ୍ସରେ ରିଲାଏନ୍ସର କେତେ ଅଂଶଧନ ରହିବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଦୁଇ କମ୍ପାନୀ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡିଛି।

 

Leave A Reply

Your email address will not be published.