Latest Odisha News

ପରିବର୍ତ୍ତନ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନେତୃତ୍ବ, ସୂଚନା ଦେଲେ ମୁକେଶ ଅମ୍ବାନି

ମୁମ୍ବାଇ : ପରିବର୍ତ୍ତନ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ନେତୃତ୍ବ । ଏନେଇ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ସୂଚନା ଦେଇଛନ୍ତି । କମ୍ପାନିର ବରିଷ୍ଠ ଅଧିକାରୀଙ୍କ ସହ ମିଶି ସେ ନିଜେ ଏହି ପ୍ରକ୍ରିୟାକୁ ତ୍ବରାନ୍ୱିତ କରିବାକୁ ଏବଂ ଯୁବ ନେତୃତ୍ବକୁ ଦାୟିତ୍ବ ହସ୍ତାନ୍ତର କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି ।

BjdElectrycity

ନିଜ ସମେତ ସମାନ ପିଢ଼ିର ସମସ୍ତ ବରିଷ୍ଠଙ୍କଠାରୁ ନେତୃତ୍ବ ପରବର୍ତ୍ତି ପିଢି ଅର୍ଥାତ୍ ରିଲାଏନ୍ସ ପରିବାରର ଉଦୀୟମାନ, ପାରଦର୍ଶୀ ଓ ସୁଯୋଗ୍ୟ ଯୁବପିଢିକୁ ହସ୍ତାନ୍ତର କରିବାର ପ୍ରକୃଷ୍ଟ ସମୟ ଉପନୀତ ହୋଇଥିବା ସେ ପ୍ରକାଶ କରିଛନ୍ତି । ବରିଷ୍ଠମାନେ ସେମାନଙ୍କୁ ସଶକ୍ତ ଓ ଉତ୍ସାହିତ କରିବା ସହିତ ସେମାନଙ୍କ ସଫଳ ପ୍ରଦର୍ଶନରେ ଅଭିନନ୍ଦନ ଜଣାଇବାକୁ ଆହ୍ବାନ ଦେଇଛନ୍ତି ଅମ୍ବାନି । ପରବର୍ତ୍ତି ପିଢିର ନେତୃତ୍ୱ ନେଇ ଇଶା, ଆକାଶ ଓ ଅନନ୍ତ ଅମ୍ବାନି ରିଲାଏନ୍ସକୁ ଆହୁରି ଉଚ୍ଚତର ପର୍ଯ୍ୟାୟକୁ ନେବେ ବୋଲି ଦୃଢ ବିଶ୍ୱାସ ରଖିଛନ୍ତି ଅମ୍ବାନି । ଧୀରୁଭାଇଙ୍କ ଭଳି ସମାନ ଉତ୍ସାହ, ତେଜ, ବିପୁଳ ସମ୍ଭାବନା ସେମାନଙ୍କଠାରେ ଦେଖି ପାରୁଥିବା ପ୍ରକାଶ କରଛନ୍ତି ମୁକଶ ଅମ୍ବାନି ।

ରିଲାଏନ୍ସର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରିଲାଏନ୍ସ ଫ୍ୟାମିଲି ଡେ’କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସ୍ବଚ୍ଛ ଓ ସବୁଜ ଶକ୍ତି କ୍ଷେତ୍ରରେ ପ୍ରବେଶ ସମେତ ଖୁଚୁରା ଓ ଟେଲିକମ୍ ବ୍ୟବସାୟ ନୂଆ ଶିଖରରେ ପହଞ୍ଚିବା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଗାମୀ ଦିନରେ ଦୁନିଆର ସବୁଠୁ ଦୃଢ଼ ଓ ଲୋକପ୍ରିୟ ବହୁ ଦେଶୀୟ କମ୍ପାନିରେ ପରିଣତ ହେବ । ଏଥିପାଇଁ ଯୁବପିଢିକୁ ଅଧିକ ଯୁଗାନ୍ତକାରୀ ଓ ସଫଳ ପଦକ୍ଷେପ ନେବା ସହିତ ରିଲାଏନ୍ସକୁ ଆହୁରି ଶିଖରରେ ପହଞ୍ଚାଇବା ନେଇ ଶୁଭକାମନା ଜଣାଇଛନ୍ତି ।

ଆଗାମୀ କିଛି ଦଶନ୍ଧି ବ୍ୟାପୀ ରିଲାଏନ୍ସର ଭବିଷ୍ୟତ ଅଭିବୃଦ୍ଧିର ମୂଳଦୂଆ ପକାଇବାର ବର୍ତ୍ତମାନ ପ୍ରକୃଷ୍ଟ ସମୟ ଥିବା ପ୍ରକାଶ କରି ଏହି ବିପୁଳ ସୁଯୋଗର ଲାଭ ନେବା ପାଇଁ ସେ ଆହ୍ବାନ ଜଣାଇଛନ୍ତି । ୧୯୯୦ରେ ଧୀରୁଭାଇ ଅମ୍ବାନି ଯେଭଳି ମୁଳଦୁଆ ସ୍ଥାପନ କରିଥିଲେ, ରିଲାଏନ୍ସର ଭବିଷ୍ୟତ ଅଭିବୃଦ୍ଧିର ମୁଳଦୁଆ ସ୍ଥାପନ କରିବା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସମୟ ଆସିଛି । ସେହିଭଳି ରିଲାଏନ୍ସର ସ୍ୱର୍ଣ୍ଣିମ ଦଶନ୍ଧିର ଦ୍ୱିତୀୟ ଭାଗରେ କମ୍ପାନୀର ଭବିଷ୍ୟତ ଉଜ୍ଜ୍ୱଳ ରହିଥିବା ସେ ଦୃଢୋକ୍ତି କରିଛନ୍ତି । କଂପାନିର ଟେଲିକମ୍ ସଂସ୍ଥା ଜିଓ ପ୍ରାୟ ୪ ନିୟୁତରୁ ଅଧିକ ଘର ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଜିଓ ଫାଇବର ପହଞ୍ଚାଇଛି । ଏହା ଭାରତକୁ ଦୁନିଆର ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ କରିବ ବୋଲି ସେ କହିଛନ୍ତି ।

ମହାମାରୀ ପରେ ସ୍ବାଭାବିକତା ଫେରୁଥିବା ବେଳେ ନୂଆ ଭାରିଆଣ୍ଟ ବ୍ୟାପିବା ପରଠୁ ଅନିଶ୍ଚିତତାର ବାଦଲ ରହିଥିବାରୁ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନକରିବାକୁ ସେ ଆହ୍ୱାନ ଦେଇଛନ୍ତି । ମୁକେଶ ଅମ୍ବାନି କହିଛନ୍ତି ଯେ କୋଭିଡ୍ ଆମକୁ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଦେଇଛି । ମହାମାରୀ ସମୟରେ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଯୋଗୁଁ ନିଜ ପିଲା, ପରିବାର ଲୋକଙ୍କ ସହ ଗୁଣାତ୍ମକ ସମୟ ବିତାଇବାର ସୁଯୋଗ ଆମକୁ ମିଳିଥିଲା । ଭବିଷ୍ୟତରେ ପ୍ରଯୁକ୍ତି ଆମକୁ ହାଇବ୍ରିଡ୍ ଓ ଭର୍ଚୁଆଲ୍ ଭାବେ କାମ କରିବାର ଆକର୍ଷଣୀୟ ଉପାୟ ପ୍ରଦାନ କରିବ ।

Leave A Reply

Your email address will not be published.