Latest Odisha News

BREAKING NEWS

ଶ୍ରୀମନ୍ଦିରକୁ ୫ଲକ୍ଷ ଟଙ୍କା ସହ ୭ କେଜି ୬୬୨ ଗ୍ରାମ ୩ଟି ରୂପା ଗରା,ଥାଳି ଦାନ କଲେ ଭକ୍ତ

ପୁରୀ : ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ସୁବ୍ରତ ରଥ ନାମକ ଜଣେ ବ୍ୟକ୍ତି ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଶ୍ରୀ ଅଜୟ କୁମାର ଜେନାଙ୍କୁ ଭେଟି ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କା ଦାନ ଦେବା ସହ ମହାପ୍ରଭୁଙ୍କ ନିତ୍ୟ ବ୍ୟବହାର ନିମନ୍ତେ ମୋଟ ୭ କେଜି ୬୬୨ ମିଲି ଗ୍ରାମ ଓଜନର ୩ ଗୋଟି ରୁପା ଗରା,୩ ଗୋଟି ରୁପା ଥାଳି, ୬ଗୋଟି ପଞ୍ଚୁ ଓ ପାତ୍ରୀ ଏବଂ ୩ଗୋଟି ଛୋଟ ହାତ ଘଣ୍ଟି ପ୍ରଦାନ କରିଛନ୍ତି ।

ଏହି ଅବସରରେ ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ତାଙ୍କ ବଦାନ୍ୟତା ପାଇଁ ଶ୍ରୀ ରଥ ମହୋଦୟଙ୍କୁ ନୀତି ପ୍ରଶାସକ ଏବଂ ଉନୟନ ପ୍ରଶାସକ ଲାଗି ଖଣ୍ଡୁଆ ପ୍ରଦାନ କରି ସମ୍ମାନିତ କରିଥିଲେ।

Leave A Reply

Your email address will not be published.