Latest Odisha News

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ, ଅଭିଯୁକ୍ତର ଦାବି ୨୦ କୋଟି

ମୁମ୍ବାଇ: ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ମେଲ କରି ଧମକ ଦେଇଛି ଅଭିଯୁକ୍ତ । ଏହି ଧମକ ଦେଉଥିବା ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଠାରୁ ୨୦ କୋଟି ଟଙ୍କା ମାଗିଛନ୍ତି। ଟଙ୍କା ନଦେଲେ ତୁମକୁ ହତ୍ୟା କରିବୁ ବୋଲି ସେ ଧମକ ଦେଇଛନ୍ତି । ଗତକାଲି ଏପରି ମେଲ ଆସିବା ପରେ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ମୁମ୍ବାଇ ପୋଲିସର ସୂଚନାନୁସାରେ, ଇମେଲ ମାଧ୍ୟମରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ୨୦ କୋଟି ଟଙ୍କା‌ ଦେବାକୁ ଦାବି କରିଛି । ଏହି ଟଙ୍କା ନ ଦେଲେ ମୁକେଶ ଅମ୍ବାନୀଙ୍କୁ ଗୁଳିକରି ହତ୍ୟା କରାଯିବ ବୋଲି ଏଥିରେ କୁହାଯାଇଛି । ଅମ୍ବାନୀଙ୍କୁ ଗତକାଲି ରାତି ୮:୫୧ରେ ଏହି ଇମେଲ୍ ମିଳିଥିଲା । ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଆଇପିସିର ଧାରା ୩୮୭ ଏବଂ ୫୦ (୨) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ଏପରି ଧମକପୂର୍ଣ୍ଣ ଇମେଲ କେଉଁଠୁ ଆସିଛି ଏବଂ କିଏ କରିଛି ତାହା ନେଇ ଅନୁସନ୍ଧାନ କରାଯାଉଛି।

Leave A Reply

Your email address will not be published.