Latest Odisha News

BREAKING NEWS

‘ମି ଠୁ’କୁ ନେଇ ମୁକେଶ ଖାନ୍ନାଙ୍କ ବିଭ୍ରାନ୍ତକର ବୟାନ; ମହିଳା ଘରୁ ବାହାରକୁ ବାହାରିବା ହିଁ ସବୁ ସମସ୍ୟାର ମୂଳ

ନୂଆଦିଲ୍ଲୀ: ଅଭିନେତା ମୁକେଶ ଖାନ୍ନାଙ୍କ ବିବାଦର ସିରିଜ୍‌ ଏବେ ବି ଜାରି ରହିଛି। ଦି କପିଲ ଶର୍ମା ସୋକୁ ନ ଯାଇ ଆରମ୍ଭ ହୋଇଥିବା ବିବାଦ ପରେ ଏବେ ଆଉ ଏକ ନୂଆ ବିବାଦ ଯୋଡ଼ି ହୋଇଛି। ଏବେ ମୁକେଶ ଖାନ୍ନାଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ମୁକେଶ ଖାନ୍ନା #MeToo ଉପରେ ନିଜର ମତାମତ ଦେଉଛନ୍ତି ଏବଂ ମହିଳା ଏବଂ ପୁରୁଷମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପ୍ରତି ସଜାଗ କରୁଛନ୍ତି।

ଭାଇରାଲ ଭିଡିଓରେ ମୁକେଶ ଖାନ୍ନା ମହିଳା ଘରୁ ପଦାକୁ ବାହାରି କାମ କରିବା ଉପରେ ଆପତ୍ତି ଜଣାଇଛନ୍ତି। ତାଙ୍କ କହିବା ମୁତାବକ ମହିଳା ଘରୁ ବାହାରିବା ହିଁ ସବୁ ସମସ୍ୟାର ମୂଳ। ବର୍ତ୍ତମାନ ବିବାଦ କେବଳ ଏହା ମଧ୍ୟରେ ସୀମିତ ନୁହେଁ। ସେ ତାଙ୍କର ଏହି ମନ୍ତବ୍ୟକୁ ମି ଠୁ ଅଭିଯାନ ସହ ଯୋଡିଛନ୍ତି।

ସେ କହିଛନ୍ତି- ଯେତେବେଳେ ମହିଳାମାନେ ଘରୁ ବାହାରି କାମ କରିବା ଆରମ୍ଭ କଲେ, ସେତେବେଳେ ଏହି ‘ମି ଠୁ’ର ସମସ୍ୟା ଆରମ୍ଭ ହେଲା। ଏବେ ମହିଳାମାନେ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରିବାକୁ ଚାହୁଁଛନ୍ତି। କିନ୍ତୁ ଏଥିରେ ସେହିମାନେ ଅଧିକ ପ୍ରଭାବିତ ହେଉଛନ୍ତି ଯେଉଁ ପିଲାମାନଙ୍କୁ ତାଙ୍କ ମାଠାରୁ ଦୂରରେ ରହିବାକୁ ପଡୁଛି।

ଭିଡିଓରେ ମୁକେଶ ଖାନ୍ନା ମଧ୍ୟ ସ୍ପଷ୍ଟ ଭାବେ କହୁଛନ୍ତି ଯେ ଜଣେ ପୁରୁଷ ଜଣେ ପୁରୁଷ ଏବଂ ଜଣେ ମହିଳା ଜଣେ ମହିଳା। ସୋସିଆଲ ମିଡିଆରେ ମୁକେଶ ଖାନ୍ନାଙ୍କ ଏହି ଭିଡିଓ ଏବେ ହଙ୍ଗାମା ସୃଷ୍ଟି କରିଛି। ଏଥିପାଇଁ ତାଙ୍କୁ ଟ୍ରୋଲ୍‌ ମଧ୍ୟ କରାଯାଉଛି। ତେବେ ମୁକେଶ ଖାନ୍ନା ତାଙ୍କ ପୁରୁଣା ଭିଡିଓକୁ ନେଇ କଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.