ନବରଙ୍ଗପୁର: ଆଜିଠାରୁ ପୁଣି ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା। ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ। ଏନେଇ ବର୍ତ୍ତମାନ ସୁଦ୍ଧା ୯୩୮ ଜଣ ରୋଗୀ ଚିକିତ୍ସା ପାଇଁ ନାମ ପଞ୍ଜିକରଣ କରିଛିନ୍ତି।
ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଓଡ଼ିଶାର ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ସେବା ଯୋଗାଇ ଦିଆଯିବ। ଏହି ଶିବିରରେ ମୂତ୍ରନଳିଜନିତ ରୋଗ (ୟୁରୋଲୋଜି), କିଡନୀ ଜନିତ ରୋଗ, ହୃଦରୋଗ, ପେଟ ଜନିତ ଜଟିଳ ରୋଗ, ଥାଏରୋଇଡ଼, ମଧୁମେହ, ଗଳଗଣ୍ଡ, ଜଟିଳ ଅନ୍ତନଳୀ ରୋଗ, ସ୍ନାୟୁ ଜନିତ ରୋଗ ଆଦିର ଚିକିତ୍ସା କରାଯିବ।
ସିଟି ସ୍କାନ, ଅଲଟ୍ରା ସାଉଣ୍ଡ, ଇସିଜି, ଲେପ୍ରୋଷ୍କପି, ରଞ୍ଜନ ରଶ୍ମୀ, ଆଇକ ମାଧ୍ୟମରେ ରୋଗ ନିରୂପଣ କରି ଆବଶ୍ୟକ ଅସ୍ତ୍ରୋପଚାର କରାଯିବ। ଏନେଇ ଗ୍ରାମାଞ୍ଚଳ ସ୍ତରରେ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ଡାକ୍ତରଙ୍କୁ ପରାମର୍ଶ କରି ରୋଗୀ ମାନେ ନାମ ପଞ୍ଜୀକରଣ କରିଛନ୍ତି ।
Comments are closed.