Latest Odisha News

ଜମି ହଡପ ଅଭିଯୋଗରେ ୧୨ ଘଣ୍ଟିଆ ଧାରଣା

ପରଜଙ୍ଗ: ଜମି ହଡପକୁ ନେଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଗାଁରେ ଦଳିତ ପରିବାରର ଜମି ହଡପକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣାରେ ବସିଲେ ୫ ଗୋଟି ଦଳିତ ପରିବାରର ସଦସ୍ୟ । ପରଜଙ୍ଗ ତହସିଲର ୨୪ ଡେସିବିଲ ଜାଗାକୁ ସେହି ଗାଁର ତପନ କୁମାର ଭୂତିଆ ଚଞ୍ଚକତା କରି ହଡପ କରିଥିବା ଅଭିଯୋଗ ହୋଇଛି ।

ଯାହାକୁ ନେଇ ମୁକ୍ତାପଶି ଗାଁର କୁମ୍ପାନୀ ମହାଳିକ ଓଗେର ସଦସ୍ୟ ମାନେ ଦୀର୍ଘ ଦିନ ହେବ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର କୌଣସି ସୁଫଳ ମିଳି ନଥିଲା । ଏ ନେଇ ଆଜି ସମ୍ପୃକ୍ତ ୫ ଗୋଟି ପରିବାରର ସମସ୍ତ ସଦସ୍ୟ ମାନେ ନ୍ୟାୟ ପାଇଁ ମୁକ୍ତାପଶି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ନିରୀହ ଭୂମିହୀନ ପ୍ରଜା ମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେବା ସହ ତାଙ୍କ ଜମିକୁ ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କ ସହଯୋଗରେ ହଡପ କରାଯାଇଥିବା ଅଭିଯୋଗ କରିଥିଲେ ।

ତେବେ ଆମେ କୌଣସି ଅନ୍ୟାୟ କିମ୍ବା କୌଣସି ଜମିକୁ ବେଆଇନ ଭାବରେ ଜମି ହଡପ କରିନାହୁଁ ବୋଲି ସେମାନେ କହୁଛନ୍ତି । ସେପଟେ ଘଟଣା ନେଇ କିଛି ଜଣାନାହିଁ। ଯିଏ ଦୋଷ କରିଥିବ ସେ ନିଶ୍ଚିତ ଭାବେ ଦଣ୍ଡ ପାଇବ ବୋଲି ରାଜସ୍ୱ ନିରୀକ୍ଷକ ଜଣାଇଛନ୍ତି । କିଛି ସମୟ ପରେ ଜମି ହରେଇଥିବା ଲୋକଙ୍କୁ ନ୍ୟାୟ ଦେବାର ପ୍ରତିଶ୍ରୁତି ମିଳିଥିଲା ।।

Comments are closed.