Latest Odisha News

BREAKING NEWS

ମୟୁରଭଂଜରେ ଅବକାରୀ ଚଢାଉ, ମଦ ଜବତ ଜଣେ ଗିରଫ

ବାରିପଦା: ସମଗ୍ର ରାଜ୍ୟରେ କରୋନା କହର । ହେଲେ ଅଧିକାଂଶ ଜିଲ୍ଲାରେ ଥମିନି ନକଲି ମଦ କାରବାର । ପ୍ରତିଦିନ କେଉଁଠି ନା କେଉଁଠି ଅବକାରୀ ବିଭାଗର ଚଢାଉରେ ଧରାପଡୁଛି ବିପୁଳ ପରିମାଣର ବେଆଇନ ଅଥବା ନକଲି ମଦ । ହେଲେ ସୁଧୁରିବାକୁ ନାଁ ଧରୁନାହାଁନ୍ତି ନିଶା ବେପାରୀ ।

BjdElectrycity

ଆଜି ମୟୁରଭଂଜ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନିର୍ଦ୍ଦେଶରେ ଉଠାଣି ନୂଆଗାଁ ଅଂଚଳରେ ଚଢାଉ ହୋଇଥିଲା । ରେଂଜ ଅଧିକାରୀ ଅଭିରାମ୍ ବେହେରାଙ୍କ ନେତୃତ୍ୱରେ ହୋଇଥିବା ଧରପଗଡରେ ୧୬୦ ବୋତଲ ଚୋରା ବିଦେଶୀ ମଦ, ୩୫ ଲିଟର ସ୍ପିରିଟ୍‌, ୧ ଲିଟର୍ କଲର୍ ଲିକ୍ୱିଡ୍‌, ଗୋଟିଏ ସିଲ୍ ମେସିନ୍ , ନକଲି ଲୋଗୋ ଓ ବିପୁଳ ପରିମାଣର ଖାଲି ବୋତଲ ସମେତ ଠିପି ଜବତ ହୋଇଥିଲା । ନକଲି ମଦ କାରବାରରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.