ମୁକୁଲ ରୟ ଫେରାଇଲେ ‘Z’ କାଟେଗୋରୀ ସୁରକ୍ଷା
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି)କୁ ଫେରିବାର କିଛି ଦିନ ପରେ ପୂର୍ବତନ ବିଜେପି ନେତା ମୁକୁଲ ରୟ ଭିଆଇପି ସୁରକ୍ଷା ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।
ଅଧିକାରୀମାନେ ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଶ୍ରୀ ରୟଙ୍କୁ ଦିଆଯାଇଥିବା ‘Z’ ବର୍ଗର ଭିଆଇପି ସୁରକ୍ଷା ତାଙ୍କଠାରୁ ପ୍ରତ୍ୟାହାର କରାଯାଇଛି। ଅପରପକ୍ଷେ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି ଯେ ଶ୍ରୀ ରୟ ଭିଆଇପି ସୁରକ୍ଷା ନିଜେ ଫେରାଇଛନ୍ତି କିନ୍ତୁ ତାଙ୍କ ଠାରୁ ପ୍ରତ୍ୟାହାର କରାଯାଇନାହିଁ।
ସୂଚନାଯୋଗ୍ୟ ଯେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଶ୍ରୀ ରୟଙ୍କୁ ୨୦୧୭ ରେ ତୃଣମୂଳ କଂଗ୍ରେସରୁ ନିଲମ୍ବିତ କରାଯାଇଥିଲା। ଯାହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ବିଜେପିର ଜାତୀୟ ଉପାଧ୍ୟକ୍ଷ କରାଯାଇଥିଲା।
ହେଲେ ନିକଟରେ ସେ ବିଜେପି ଛାଡି ପୁଅ ଶୁଭ୍ରାଂଶୁଙ୍କ ସହ ପୂର୍ବ ଦଳ ଟିଏମସି ଫେରିଛନ୍ତି ମୁକୁଲ ରୟ।