ଗୁରଗାଓଁ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁନଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି । ମେଦାନ୍ତା ହସପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ମୁଲାୟମ । ସ୍ବାସ୍ଥ୍ୟ ଖରାପ ହେଉଥିବାରୁ ଦଳୀୟ କର୍ମୀ ଓ ସମର୍ଥନ ହସ୍ପିଟାଲ ପାଖରେ ଭିଡ ଜମାଉଛନ୍ତି । ଗୁରଗାଓଁର ମେଦାନ୍ତ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ହେଲଥ୍ ବୁଲେଟିନ୍ ରେ ମଧ୍ୟ ମୁଲାୟମ ସିଂହ ଏବେ ବି ଗୁରୁତର ଥିବା ପ୍ରକାଶ ପାଇଛି ।
Former UP CM & Samajwadi Party leader Mulayam Singh Yadav is still critical and he is maintaining vitals on life-saving drugs. He is being treated in the ICU by a comprehensive team of specialists: Medanta Hospital, Gurugram
(File photo) pic.twitter.com/5GzrrUuPfr
— ANI (@ANI) October 8, 2022
ଆଇସିୟୁ ରେ ଜୀବନ ରକ୍ଷାକାରୀ ମେଡିସିନ ତାଙ୍କୁ ଦିଆଯାଉଥିବା କୁହାଯାଉଛି । ଡାକ୍ତରୀ ଟିମ୍ ଏକ ସପ୍ତାହ ହେଲା ମୁଲାୟମଙ୍କୁ ଚିକିତ୍ସାକୁ ନେଇ କିଛି ସ୍ପଷ୍ଟ କହୁନାହାଁନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ୟୁପିର ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ସହିତ ସମାଜବାଦୀର ପ୍ରାୟ ସମସ୍ତ ନେତା ଏବେ ମେଡିକାଲରେ ଡେରା ପକାଇଛନ୍ତି ।
୮୨ ବର୍ଷୀୟ ମୁଲାୟମ ଗତ ୨୨ ଅଗଷ୍ଟରୁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଖିଳେଶ ଯାଦବଙ୍କ ସହିତ କଥା ହୋଇ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି ।
Comments are closed.