Latest Odisha News

BREAKING NEWS

ପତ୍ନୀଙ୍କୁ ଛାଡପତ୍ର ଦେବେ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସ୍ୱର୍ଗତ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଖୁବ୍ ଶୀଘ୍ର ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେବେ। ଏନେଇ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଅପର୍ଣ୍ଣା ଯାଦବଙ୍କ ବୟସ ବର୍ତ୍ତମାନ ୩୬ ବର୍ଷ ଥିବା ନେଇ ଜଣାପଡିଛି। ଅପର୍ଣ୍ଣା ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ । ସେ ୧୯୯୦ ମସିହାରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ପରିବାର ଉତ୍ତରାଖଣ୍ଡର ଅଟନ୍ତି। ଅପର୍ଣ୍ଣା ବିଷ୍ଟ ଏବଂ ପ୍ରତୀକ ଯାଦବ ୨୦୧୧ ମସିହାରେ ପ୍ରେମ ବିବାହ କରିଥିଲେ। ସ୍କୁଲ ସମୟରୁ ହିଁ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ। ବିବାହ ପରେ ଅପର୍ଣ୍ଣା ଯାଦବ ୨୦୧୭ ମସିହାରେ ସମାଜବାଦୀ ପାର୍ଟି ଟିକେଟରେ ଲକ୍ଷ୍ନୌ କ୍ୟାଣ୍ଟ ଆସନରୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେ ବିଜେପି ନେତ୍ରୀ ରୀତା ବହୁଗୁଣା ଯୋଶୀଙ୍କଠାରୁ ହାରିଯାଇଥିଲେ। ପରବର୍ତ୍ତୀ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ୨୦୨୨ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟରତ ଥିବା ଜଣାପଡିଛି।

ଅପର୍ଣ୍ଣା ଯାଦବ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଲୋରେଟୋ କନଭେଣ୍ଟ ସ୍କୁଲରେ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏଥିସହିତ ସେ ୟୁକେର ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତୀୟ ସମ୍ପର୍କ ଏବଂ ରାଜନୀତିରେ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ପାଠପଢ଼ା ସହିତ, ସେ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଅଧ୍ୟୟନ କରିଥିଲେ।

 

Leave A Reply

Your email address will not be published.