ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଶନିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।
ସମାଜବାଦୀ ପାର୍ଟି ପକ୍ଷରୁ ଟ୍ବିଟରରେ ଏହି ଖବର ଦିଆଯାଇଛି ।
समाजवादी पार्टी के संरक्षक आदरणीय नेता जी श्री मुलायम सिंह यादव जी की पत्नी श्रीमती साधना यादव जी का आज शनिवार को गुड़गांव स्थित मेदांता अस्पताल में निधन हो गया है।https://t.co/YJTbMpkHbQ
— Samajwadi Party (@samajwadiparty) July 9, 2022
ଗତ ତିନି ମାସ ଧରି ତାଙ୍କର ଫୁସଫୁସ ଜନିତ ସଂକ୍ରମଣ ପାଇଁ ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ସାଧନା ଗୁପ୍ତା ମୁଲାୟମଙ୍କ ଦ୍ବିତୀୟ ପତ୍ନୀ ଥିଲେ । ମୁଲାୟମଙ୍କ ପ୍ରଥମ ପତ୍ନୀ ମାଳତୀ ଦେବୀ ୨୦୦୩ ମସିହାରେ ପ୍ରାଣ ତ୍ୟାଗ କରିଥିଲେ ।
ସାଧନାଙ୍କ ମୃତ୍ୟୁରେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଶୋକବ୍ୟକ୍ତ କରିଛନ୍ତି । ମୃତ୍ୟୁ ବେଳକୁ ମୁଲାୟମ ନିଜେ ସାଧନାଙ୍କ ନିକଟରେ ହସ୍ପିଟାଲରେ ଉପସ୍ଥିତ ଥିଲେ ।
पूर्व मुख्यमंत्री श्री मुलायम सिंह यादव जी की पत्नी श्रीमती साधना गुप्ता जी के निधन का दुखद समाचार मिला,प्रभू पुण्यात्मा को अपने श्री चरणों में जगह दे. आदरणीय श्री मुलायम सिंह जी और परिजनों को ये दुख सहन करने की क्षमता दे!
ॐ शांति शांति शांति— Keshav Prasad Maurya (@kpmaurya1) July 9, 2022
Comments are closed.