Latest Odisha News

BREAKING NEWS

୨୧ ବର୍ଷ ପରେ ମୁଲ୍ଲା ଉମର କାର ଖୋଳି ବାହାର କଲେ ତାଲିବାନ

କାବୁଲ: ୨୧ ବର୍ଷ ପରେ ତାଲିବାନୀମାନେ ତାଙ୍କ ସଂସ୍ଥାପକ ମୁଲ୍ଲା ଉମରଙ୍କ କାର ଖୋଳି ବାହାର କରିଛନ୍ତି । ଏହି କାରରେ ମୁଲ୍ଲା ଆମେରିକା କବଳରୁ ବଂଚିବା ପାଇଁ କାନ୍ଧାହାରରୁ ଜାବୁଲୁର ଆସିଥିଲେ । ଏଠାରେ କାରକୁ ପୋତି ସେ ଫେରାର ହୋଇ ଯାଇଥିଲେ । ଏହି କାରକୁ ଏବେ ଆଫଗାନିସ୍ତାନ ନ୍ୟାଶନାଲ ମ୍ୟୁଜିୟମରେ ରଖାଯିବ । ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆଫଗାନିସ୍ତାନ ଉପରେ ଆମେରିକା ଆକ୍ରମଣ କରିଥିଲା । ଏହି ଆକ୍ରମଣରୁ ବଂଚିବା ପାଇଁ ମୁଲ୍ଲା ତାଙ୍କ ଟୟୋଟୋ କାରରେ ଳୁଚି କରି ଜାବୁଲ ଆସିଥିଲେ । ଏହି କାରକୁ ପ୍ଲାଷ୍ଟିକ କଭର ଘୋଡାଇ ପୋତା ଯାଇଥିବାରୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି ।

ମୁଲ୍ଲା ଉମର ୧୯୬୦ରେ କାନ୍ଧାହାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୦ ଦଶକରେ ସୋଭିଏଟ ବିପକ୍ଷ ଯୁଦ୍ଧରେ ସେ ଅଂଶ ଗ୍ରହଣ କରି ଗୋଟିଏ ଆଖି ହରାଇଥିଲେ । ୧୯୯୪ରେ ତାଲିବାନର ଗଠନ କରିବା ପରେ ୯୬ରେ ଆଫଗାନିସ୍ତାନ କ୍ଷମତା ହାତେଇ ନେଇଥିଲେ । ୯/୧୧ ଘଟଣା ପରେ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା ଏବଂ ତାଲିବାନକୁ କ୍ଷମତାରୁ ହଟାଇଥିଲା । ୨୦୧୩ରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଲିବାନମାନେ ୨ ବର୍ଷ ଏହାକୁ ଲୁଚାଇ ରଖିବା ପରେ ୨୦୧୫ରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.