Latest Odisha News

ଦୁର୍ଦ୍ଦିନରେ ସ୍ପାଇସ ଜେଟ୍: ଅଠର ଦିନରେ ୮ଟି ବିମାନରେ ତ୍ରୁଟି, ଡିଜିସିଏର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ସ୍ପାଇସଜେଟ ବିମାନ କମ୍ପାନୀର ଘୋର ଅସୁବିଧା ଦେଇ ଗତି କରୁଛି । ଗତ ୧୮ ଦିନ ଭିତରେ ଦେଶର ଏହି ପ୍ରମୁଖ ବିମାନ ଚଳାଚଳ କମ୍ପାନୀ ୮ଟି ସୁରକ୍ଷା ସମ୍ବନ୍ଧିତ ବିଫଳତା ସମ୍ମୁଖୀନ ହୋଇଛି । ମଝି ଆକାଶରେ ଉପାୟଶୂନ୍ୟ ହୋଇ ଯାତ୍ରା ବିଫଳ କରିବାକୁ ବାଧ୍ୟ ହୋଇଛି । ଏହି ସମୟ ଭିତରେ ଦୁଇଟି ଅର୍ନ୍ତଜାତୀୟ ଏବଂ ୬ଟି ଘରୋଇ ବିମାନ ମଝି ଆକାଶରେ ଫେଲ୍ ମାରିଛି ।

ଗତକାଲି ମଙ୍ଗଳବାର ଦୁଇଟି ବିମାନ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କରିଥିଲା । ଦୁବାଇରୁ ଦିଲ୍ଲୀ ଆସୁଥିବା ଏକ ବିମାନ ଇନ୍ଧନ ମିଟରରେ ଯାନ୍ତ୍ରିକ ତ୍ରୁଟି ପାଇଁ ପାକିସ୍ତାନର କରାଚିରେ ଜରୁରୀ ଅବତରଣ କରିଥିଲା । ଅନ୍ୟଟି କାନ୍ଦଲା-ମୁମ୍ବାଇ ଉଡ଼ାଣ ଭରିଥିବା ବେଳେ ୨୩ ହଜାର ଫୁଟ୍ ଉଚ୍ଚରେ ଜଣାପଡ଼ିଥିଲା ଯେ, ବିମାନର ଗୋଟିଏ ପଟ ଓ୍ବିଙ୍ଗସିଲ୍ଡ ଭାଙ୍ଗିଯାଇଛି । ଏଥିପାଇଁ ମୁମ୍ବାଇ ଏୟାରେପାର୍ଟରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା ।

ମଙ୍ଗଳବାର ଏହି ଦୁଇ ଘଟଣା ଏବଂ ପୂର୍ବରୁ ଘଟିଥିବା ଅନ୍ୟ ୬ଟି ସୁରକ୍ଷା ସମ୍ବନ୍ଧୀୟ ବିଫଳତା ପାଇଁ ଡିଜିସିଏ(ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ସ୍ପାଇସଜେଟକୁ ନୋଟିସ୍ ଜାରି କରିଛି । ତିନି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ଡିଜିସିଏ ନୋଟିସରେ ଉଲ୍ଲେଖ କରିଛି । ଧାର୍ଯ୍ୟ ସମୟ ମଧ୍ୟରେ ଉତ୍ତର ନ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।

ଡିଜିସିଏ ନୋଟିସରେ ଉଲ୍ଲେଖ କରିଛି ଯେ, ସ୍ପାଇସଜେଟ ସୁରକ୍ଷା ମାନକକୁ ଅବହେଳା କରିଛି । ଯେତେଥର ଚଳାଚଳରେ ଫେଲ୍ ମାରିଛି, ସେ ଭିତରୁ କିଛି ଥର ଉଡ଼ାଣ ଭରିଥିବା ଏୟାରେପାଟର୍ଟକୁ ଫେରିଛି ଅଥବା ଗନ୍ତବ୍ୟ ସ୍ଥଳରେ ଢ଼ିଲା ସୁରକ୍ଷା ସହିତ ଅବତରଣ କରିଛି ।

ଡିଜିସିଏ ନୋଟିସକୁ ଟ୍ବିଟରରେ କୋଟ୍ କରି ବେମାସରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଡ଼ା ଆଭିମୁଖ୍ୟ ରଖିଛନ୍ତି । କୌଣସି ବି ଛୋଟ ଭୁଲକୁ ଛଡ଼ାଯିବନି ଏବଂ ତଦନ୍ତ ଫଳାଫଳ ଅନୁଯାୟୀ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.