Latest Odisha News

ଆସିିଲା କରୋନାଠୁ ବି ଆଉ ଏକ ଭୟଙ୍କର ଭାଇରସ, ସୁରଟରେ ପ୍ରଥମ ସଂକ୍ରମିତ ଚିହ୍ନଟ

ସୁରଟ: ସାରା ଦେଶରେ ଏବେ କରୋନାର କୋକୁଆ ଭୟ । ସାରା ବିଶ୍ୱ ଏହି ମହାମାରୀର ମୁକାବିଲା କରୁଛି । ଏହାରି ଭିତରେ ଦେଶରେ ଆଉ ଏକ ମାରାତ୍ମକ ରୋଗ ବ୍ୟାପିବା ଆରମ୍ଭ ହୋଇଛି । ଗୁଜରାଟର ସୁରଟରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁରଟର ଏକ ଶିଶୁ ଠାରେ ଏହି ନୂଆ ରୋଗର ଲକ୍ଷଣ ଦେଖିବାକୁ ମିଳିଛି । ଏହି ନୂଆ ରୋଗର ନାଁ ହେଉଛି ମଲ୍ଟିସିଷ୍ଟମ୍ ଇନ୍‌ଫ୍ଲାମେଟୋରୀ ସିଣ୍ଡ୍ରୋମ । ଏହାକୁ ଏମ୍‌ଆଇଏସ୍‌-ସି ମଧ୍ୟ କୁହାଯାଇଛି । ସୁରଟରୁ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଏବେ ଗୁଜରାଟରେ ଚିନ୍ତା ବଢ଼ିଯାଇଛି ।

ସୁରଟରେ ରହୁଥିବା ଏକ ପରିବାରର ଜଣେ ୧୦ ବର୍ଷର ଶିଶୁଠାରେ ମିସ୍-ସିର ଲକ୍ଷଣ ଦେଖାଦେଇଛି । ଜ୍ୱର ନଛାଡିବାରୁ ପରିବାର ଲୋକ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶିଶୁଟି ବାନ୍ତି କରିବା ସହ ଆଖି ଓ ଓଠ ଲାଲ୍ ପଡିଯାଇଥିଲା । ଦେହ ଓ ହାତ ମଧ୍ୟ ଫୁଲିଯାଇଥିଲା । ଶିଶୁଟିର ଟେଷ୍ଟ୍ ରିପୋର୍ଟ ଆସିବା ପରେ ସେ ଏହି ମାରାତ୍ମକ ରୋଗର ଶିକାର ଥିବା ଜଣାପଡିଥିଲା । ଶିଶୁଟିକୁ ୭ ଦିନ ପରେ ଘରକୁ ପଠାଇ ଦିଆଯାଇଥିଲେ ମଧ୍ୟ ଏହି ରୋଗ ଦେଶରେ ବ୍ୟାପିବାର ସମ୍ଭାବନା ଥିବା ଡାକ୍ତରମାନେ କହିଛନ୍ତି ।

ଏହି ରୋଗ ସାଧାରଣତଃ ୩ ବର୍ଷର ଶିଶୁଙ୍କଠାରୁ ୨୦ ବର୍ଷର ଯୁବକ-ଯୁବତୀଙ୍କୁ ହେବାର ସମ୍ଭାବନା ରହିଛି । କରୋନା ଭଳି ଏହାକୁ ମଧ୍ୟ ଯାଞ୍ଚ କରିବା କଷ୍ଟକର । ଯଦି ଏହାର ଔଷଧ ପ୍ରସ୍ତୁତ ନହୁଏ ତେବେ ଏହା କରୋନାଠୁ ମଧ୍ୟ ସାଙ୍ଘାତିକ ହୋଇଯିବ ବୋଲି ଡାକ୍ତରମାନେ କହିଛନ୍ତି ।

Leave A Reply

Your email address will not be published.