Latest Odisha News

BREAKING NEWS

ଭାରତୀୟ କ୍ରୀଡାକୁ ଶକ୍ତ ଧକ୍କା: ୱାଡା ଏନଡିଟିଏଲର ବାସନ୍ଦାଦେଶକୁ ବଢ଼ାଇଲା

ନୂଆଦିଲ୍ଲୀ:ଭାରତୀୟ କ୍ରୀଡାକୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ବିଶ୍ୱ ନିଶା ନିବାରଣ ସଂସ୍ଥା (ୱାଡା) ଭାରତର ନ୍ୟାଶନାଲ ଡୋପ ଟେଷ୍ଟିଂ ଲାବୋରେଟୋରି (ଏନଡିଟିଏଲ)ର ବାସନ୍ଦାଦେଶକୁ ୬ ମାସ ଆହୁରି ବୃଦ୍ଧି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଦ୍ୱାରା ଭାରତର ଅଲିମ୍ପିକ ପ୍ରସ୍ତୁତିରେ ବାଧା ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି ।

ତଦନ୍ତରୁ ଜଣା ପଡିଥିଲା ଅନ୍ତର୍ଜାତୀୟସ୍ତରର ଗାଇଡଲାଇନ ଏନଡିଟିଏଲ ପୂରଣ କରି ନ ଥିଲା । ବାସନ୍ଦ ହେବା ଯୋଗୁ ଏନଡିଟିଏଲ ରକ୍ତ ଓ ମୂତ୍ର ନେଇ କୌଣସି ଟେଷ୍ଟ କରିପାରିବ ନାହିଁ । ପୂର୍ବରୁ ଏନଡିଟିଏଲ ଓ କ୍ରୀଡା ମନ୍ତ୍ରଣାଳୟ ୱାଡାର ଦଣ୍ଡାଦେଶ ନେଇ କାସ୍‌ରେ ଆବେଦନ କରିଥିଲେ ସୁଦ୍ଧା କିଛି ଲାଭ ମିଳି ନ ଥିଲା । ଏଥର କରୁଛନ୍ତି କି ନାହିଁ ତାହା ଦେଖିବା କଥା ।

Leave A Reply

Your email address will not be published.