Latest Odisha News

BREAKING NEWS

ସୁଡଙ୍ଗ ଭିତରେ ୯ମ ଦିନ; ଭାଙ୍ଗୁଛି ଫସି ରହିଥିବା ଶ୍ରମିକଙ୍କ ମନୋବଳ, ଦିଆଯାଉଛି ମଲ୍ଟି ଭିଟାମିନ ଓ ଆଣ୍ଟିଡିପ୍ରେସନ ଔଷଧ

ଉତ୍ତରକାଶୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଶ୍ରମିକ ସୁଡଙ୍ଗ ଭିତରେ ଆଜକୁ ୯ ଦିନ ହେଲା ଫଶି ରହିଛନ୍ତି । ଉଦ୍ଧାର କାମରେ ଲାଗିଛନ୍ତି ୫ଟି ଏଜେନ୍ସି । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ୫ଟି ପ୍ଲାନ ପ୍ରସ୍ତୁତ କରାଯାଇଛି । ଏ ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟ  ସମ୍ପର୍କିତ ତଥ୍ୟ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ଧାର ପାଇଁ ଆବଶ୍ୟକ ସମସ୍ତ  ସାଧନ ଯୋଗାଇ ଦିଆଯାଉଛି । କେନ୍ଦ୍ର ଏବଂ ରାଜ୍ୟର ଏଜେନ୍ସି  ସହ ସମନ୍ୱୟ ରକ୍ଷା କରାଯାଇ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଚଷ୍ଟା ଚାଲିଛି । ଫସି ରହିଥିବା ଶ୍ରମିକମାନଙ୍କୁ ମନୋବଳ ଦୃଢ କରିବାକୁ ପଡିବ ।

ଶ୍ରମିକମାନଙ୍କୁ ଲଗାତର ଖାଦ୍ୟ, ପାନୀୟ, ଅକ୍ସିଜେନ ସହ ଔଷଧପତ୍ର ଦିଆଯାଉଛି । ମଲ୍ଟି ଭିଟାମିନ ସହ ଅବସାଦନିରୋଧ ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି । ଏ ସମସ୍ତ ଜିନିଷ ଏକ ଚାରିଇଞ୍ଚର ପାଇପ ଦ୍ୱାରା ଶ୍ରମିକଙ୍କ ପାଖକୁ ପଠାଯାଉଛି ।

ଏପଟେ ଫସି ରହିଥିବା ଶ୍ରମିକଙ୍କ ପରିବାରଜନ ସୁଡଙ୍ଗ ବାହାରେ ଅପେକ୍ଷା କରି ରହିଛନ୍ତି । ସେମାନଙ୍କର ମଧ୍ୟ ଧୈର୍ଯ୍ୟଚ୍ୟୁତି ଘଟିଲାଣି । ବୀରେନ୍ଦ୍ର କିସ୍କୁ ନାମକ ଜଣେ ଶ୍ରମିକଙ୍କ ପତ୍ନୀ ରଜନୀ ଟୁଡୁ  ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେ ସ୍ୱାମୀଙ୍କ ଉଦ୍ଧାରକୁ ନେଇ ଘୋର ଚିନ୍ତାରେ । ସ୍ୱାମୀ ସୁରକ୍ଷିତ ଉଦ୍ଧାର ହେବାଯାଏଁ ସୁଡ଼ଙ୍ଗ ବାହାରେ ଅପେକ୍ଷା କରିବେ ବୋଲି କହିଛନ୍ତି   ବିହାର ବାସିନ୍ଦା ରଜନୀ।

ସୂଚନାଥାଉ କି, ଆମେରିକା ଡ୍ରିଲିଂ ମେସିନ ସୁଡଙ୍ଗ ଭିତରକୁ ୮୦୦ ମିମି ଏବଂ ୯୦୦ ମିମି ଗୋଲେଇର ଏକ ହାଲୁକା ଷ୍ଟିଲ ପାଇପ ସୁଡଙ୍ଗ ଭିତରକୁ ପଠାଇବା ପାଇଁ ଚାହୁଁଛନ୍ତି । ଯଦ୍ୱାରା ଶ୍ରମିକମାନେ ଏହି ପାଇପ ଦେଇ ବାହାରି ଆସିପାରିବେ । ହେଲେ ମେସିନ ଖରାପ ହେବା କାରଣରୁ ଏହି ଖନନକୁ ବନ୍ଦ ରଖାଯାଇଛି । ରେସ୍କ୍ୟୁ ଟିମ ଏହାର ବିଳକ୍ପ ଉପାୟ ନେଇ କାମ କରୁଛନ୍ତି ।

Leave A Reply

Your email address will not be published.