ମାଲକାନଗିରି: ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ପୋଲିସଙ୍କୁ ଭିନ୍ନ ଭନ୍ନ ମାଓ ସଂଗଠନର ୨୦ ଜଣ ନକ୍ସଲକୁ ଗିରଫ କରିବାରେ ସଫଳତା ମିଳିଛି। ଏଥିସହ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋଟକ ମଧ୍ୟ ଜବତ କରାଯାଇଛି। ପୋଲିସ ସର୍ଚ୍ଚ ଅପେରସନ କରୁଥିବା ସମୟରେ ଏହି ମାଓବାଦୀମାନେ ଜଙ୍ଗଲରେ ବୋମା ଖଞ୍ଜୁଥିବା ବେଳେ ପୋଲିସ ଏମାନଙ୍କୁ ଜଙ୍ଗଲରେ ଘେରି ଗିରଫ କରିଥିଲା।
ନକ୍ସଲ ଦମନ କ୍ଷେତ୍ରରେ ପୋଲିସର କ୍ରମାଗତ ଚଢାଉ ଏବଂ ଅପରେସନ ବେଳେ ଭେଙ୍କଟାପୁରମ, ଵାଜେଡୁ, କନ୍ୟାୟିଗୁଡମ ଅଂଚଳରୁ ଏହି ନକ୍ସଲମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ଡିଭିଜନ ମେମ୍ବର, ୫ ଏରିଆ କମିଟି ମେମ୍ବର ଏବଂ ୧୪ ଜଣ ପାର୍ଟି ସଦସ୍ୟ ରହିଛନ୍ତି।
ଏମାନଙ୍କ ଠାରୁ ଏସଏଲଆର ରାଇଫଲ, ଇନସାସ ରାଇଫଲ, ୩୦୩ ରାଇଫଲ, ୮ ଏମଏମ ରାଇଫଲ, ଜୀବନ୍ତ ଗ୍ରେନେଡ, ନଗଦ ୫୮,୧୫୫ ଟଙ୍କା, ୱାକିଟକି, ରେଡିଓ, ପେନ୍ଡ୍ରାଇଭ, ମେମୋରି କାର୍ଡ, କିଟବ୍ୟାଗ ଇତ୍ୟାଦି ଜବତ କରାଯାଇଛି।
ଏହି ଗିରଫ ନକ୍ସଲମାନେ ଛତିଶଗ଼ଡ଼, ତେଲେଙ୍ଗାନା ଏବଂ ଓଡ଼ଶାର ବିଭିନ୍ନ ସଂଗଠନରେ କାମ କରୁଥିବା ସ୍ବୀକାର କରିଛନ୍ତି । ଏକ ବଡ ଅଘଟଣକୁ ଘଟାଇବା ପାଇଁ ଏମାନେ ପ୍ରସ୍ତୁତ ହେଉଥିଲେ। ପୋଲିସ ଏମାନଙ୍କୁ ଧରି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା କହିଛି।
Comments are closed.