Latest Odisha News

BREAKING NEWS

ମୁମ୍ବାଇରେ ଦୋସାର ମୂଲ୍ୟ ଜାଣିଲେ ଉଡିଯିବ ହୋସ

ମୁମ୍ବାଇ: ସାଧାରଣତଃ ବଜାରରେ ଦୋସାର ମୂଲ୍ୟ ୬୦ ଟଙ୍କାରୁ ୧୫୦ ଟଙ୍କା ହୋଇଥିବ । ହେଲେ ମୁମ୍ବାଇର ବିମାନବନ୍ଦରରେ ଦୋସାର ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ । ଏହାର ଏକ ଭିିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ସାଧାରଣ ଲୋକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଖାଦ୍ୟ ସାମଗ୍ରୀ ମଧ୍ୟ ମହଙ୍ଗା ହୋଇଯାଉଛି । ଭାଇରାଲ ହେଉଥିବା ଏହି ଭିଡିଓକୁ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଶେଫ୍ ଡନ ଇଣ୍ଡିଆ ସେୟାର କରିଛନ୍ତି । ଭିଡିଓରେ ଶେଫ୍ ଦୋସା ତିଆରି କରୁଥିବା ଦେଖିବାକୁ ମିଳିଛି । ଏଥି ସହିତ ୟୁଜର୍ସ ମଧ୍ୟ ଲୋକଙ୍କୁ ରେଟ୍ ଲିଷ୍ଟ ଦେଖାଇଛନ୍ତି । ଏକ ମସାଲା ଦୋସାର ମୂଲ୍ୟ ୬୦୦ ଟଙ୍କା କିନ୍ତୁ ସାଧା ଦୋସାର ମୂଲ୍ୟ ୬୨୦ ଟଙ୍କା । ଯଦି କୌଣସି ଗ୍ରାହକ ଦୋସା ସହିତ ଲସି କିମ୍ବା ଫିଲ୍ଟର କଫି ପିଇବାକୁ ଚାହାଁନ୍ତି, ତେବେ ମୂଲ୍ୟ ଆହୁରି ବଢିଯାଏ । ଭିଡିଓର କ୍ୟାପଶନରେ ଲେଖାଅଛି, ମୁମ୍ବାଇ ବିମାନବନ୍ଦରରେ ସୁନା ଦୋସା ଅପେକ୍ଷା ଶସ୍ତା ଅଟେ ।

Comments are closed.