Latest Odisha News

BREAKING NEWS

ଏଣିକି ପାରାଙ୍କୁ ରାସ୍ତାରେ ଦେଇପାରିବେନି ଖାଦ୍ୟ.. 

ମୁମ୍ବାଇ: ଏଣିକି ପାରାଙ୍କୁ ରାସ୍ତାରେ ଖାଦ୍ୟ ଦେବାକୁ ବମ୍ବେ ହାଇକୋର୍ଟ ନିଷେଧ କରିବା ସତ୍ତ୍ୱେ ମଧ୍ୟ ଅନେକ ଏହାକୁ ଅବମାନନା କରୁଛନ୍ତି।

ସେହିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋର୍ଟ ଜୁଲାଇ ୩୧ ରେ ବିଏମସିକୁ ନିର୍ଦ୍ଦେଶ ଦେବା ପରେ ମହାରାଷ୍ଟ୍ର ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୈନ ଧର୍ମଗୁରୁଙ୍କ ସମେତ ୧୦୦୦ରୁ ଅଧିକ ନାଗରିକ ଏହା ବିରୋଧରେ କୋଲାବା ଜୈନ ମନ୍ଦିରରୁ ଗେଟୱେ ଅଫ୍ ଇଣ୍ଡିଆ ପର୍ଯ୍ୟନ୍ତ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ତେବେ ଜୈନ ମୁନି ନରେଶଚନ୍ଦ୍ର ଜୀ ମହାରାଜ ଏହା ବିରୋଧରେ ଅଗଷ୍ଟ ୧୦ରେ ଆମରଣ ଅନଶନ ଘୋଷଣା କରିଛନ୍ତି। ରାଜ୍ୟରେ ପକ୍ଷୀମାନଙ୍କୁ ଖାଦ୍ୟ ନଦେଉଥିବାରୁ ଗତ କିଛି ଦିନ ମଧ୍ୟରେ ମୁମ୍ବାଇରେ ଶହ ଶହ ପାର ଭୋକରେ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଦାଦର କବୁତରଖାନା ଏବଂ ରେଳ ଷ୍ଟେସନ୍, ପ୍ରତୀକାତ୍ମକ ଗେଟୱେ ଅଫ୍ ଇଣ୍ଡିଆ ଓ ଅନ୍ୟାନ୍ୟ ଖାଦ୍ୟ ସ୍ଥାନଗୁଡ଼ିକରେ ଉଡୁଥିବାର ଦେଖିବାକୁ ମିଳିଛି।

କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେହି ସ୍ଥାନ ମାନଙ୍କରେ ବିଏମସି ଦ୍ଵାରା ବଡ଼ ତାରପୋଲିନ୍ ଚାଦରରେ ଆଚ୍ଛାଦିତ କରାଯାଇଥିବା ସୂଚନା ମିଳିଛି। ସାର୍ବଜନୀନ ଏବଂ ଐତିହ୍ୟ ସ୍ଥାନ ମାନଙ୍କରେ ଯେଉଁ ବ୍ୟକ୍ତି ମାନେ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜୁଲାଇ ୩୧ ତାରିଖରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଗୁରୁତର ଜନସ୍ୱାସ୍ଥ୍ୟ ବିପଦ, ଶ୍ୱାସକ୍ରିୟା ସଂକ୍ରମଣ ଏବଂ ପାରା ମାନଙ୍କ ମଳ ଯୋଗୁଁ ଐତିହ୍ୟ ସ୍ଥାନ ଗୁଡ଼ିକୁ କ୍ଷତି ପହଞ୍ଚୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

 

Comments are closed.