Latest Odisha News

BREAKING NEWS

ମୁମ୍ବାଇରେ ୫୦ ହସ୍ପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ

ମୁମ୍ବାଇ: ମୁମ୍ବାଇରେ ୫୦ ହସ୍ପିଟାଲକୁ ବୋମାରେ ଉଡ଼ାଇବାକୁ ଧମକ। ମେଲ୍‌ ଯୋଗେ ଧମକପୂର୍ଣ୍ଣ ଚିଠି ପାଇ ମୁମ୍ବାଇ ପୋଲିସର ଛାନଭିନ୍‌ ଆରମ୍ଭ ହୋଇଛି। ହସ୍ପିଟାଲ ବେଡ୍ ଓ ବାଥରୁମ୍‌ରେ ବୋମା ଖଞ୍ଜିଥିବା ଦୁର୍ବୃତ୍ତମାନେ ଧମକ ଦେଇଥିବା ସୂଚନା ମିଳିଛି। ବିଏମ୍‌ସି ଅଫିସ ଓ ହିନ୍ଦୁଜା କଲେଜ ଅଫ୍‌ କମର୍ସକୁ ବି ଉଡ଼ାଇବାକୁ ଧମକ ଆସିଛି।

ମଙ୍ଗଳବାର ଜଣେ ଦୁର୍ବୃତ୍ତ ଇ-ମେଲ ଜରିଆରେ ଧମକପୂର୍ଣ୍ଣ ମେଲ ପଠାଇଥିଲେ। ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ବିଏମସି ଅଧିକାରୀ ଏବଂ ପୋଲିସ ବିଭାଗ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହା ପରେ ବିଏମସି ମୁଖ୍ୟାଳୟ ସମେତ ଡାକ୍ତରଖାନାରେ ପୋଲିସ ସର୍ଚ୍ଚ ଅପରେସନ କରିଥିଲା, କିନ୍ତୁ ସନ୍ଦେହଜନକ କିଛି ମିଳିଲା ନାହିଁ। ଏକ ଭିପିଏନ୍ ନେଟୱାର୍କ ବ୍ୟବହାର କରି ଧମକପୂର୍ଣ୍ଣ ଇମେଲ ପଠାଯାଇଥିବା ମୁମ୍ବାଇ ପୋଲିସ ନିଶ୍ଚିତ କରିଛି। ପୋଲିସ କହିଛି ଯେ ପ୍ରେରକଙ୍କ ପରିଚୟ ଏବଂ ଧମକର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସର ଅଧିକ ତଦନ୍ତ ଚାଲିଛି। ତେବେ ଏହା ପୂର୍ବରୁ ଦେଶର ୪୧ଟି ବିମାନବନ୍ଦରକୁ ବୋମା ଦେବାର ଧମକ ଆସିଥିଲା ​​ଯାହା ଫେକ୍ ହୋଇଥଲା।

ସୂଚନାନୁସାରେ, ବିଏମସି ମୁଖ୍ୟାଳୟ, ଜସଲୋକ ହସ୍ପିଟାଲ, ରହେଜା ହସ୍ପିଟାଲ, ସେଭେନ ହିଲ୍ସ ହସ୍ପିଟାଲ, କୋହିନୁର ହସ୍ପିଟାଲ, କେଇଏମ ହସ୍ପିଟାଲ, ଜେଜେ ହସ୍ପିଟାଲ ଏବଂ ସେଣ୍ଟ ଜର୍ଜ ହସ୍ପିଟାଲ ସମେତ ୫୦ରୁ ଅଧିକ ହସ୍ପିଟାଲକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଛି। ଏହା ପରେ ମୁମ୍ବାଇ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ମୁମ୍ବାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଘଟଣାସ୍ଥଳରେ ବୋମା ନିଷ୍କାସନକାରୀ ଦଳ ମଧ୍ୟ ପହଞ୍ଚିଥିଲେ। ତେବେ ଦୀର୍ଘ ସମୟର ସର୍ଚ୍ଚ ଅପରେସନ ପରେ ମଧ୍ୟ ପୋଲିସ ଘଟଣାସ୍ଥଳରୁ କୌଣସି ସନ୍ଦେହଜନକ ଜିନିଷ ପାଇ ନଥିଲା। ମୁମ୍ବାଇର ଭିପି ରୋଡ ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.