Latest Odisha News

ମୁମ୍ବାଇର ରେଳ ଟ୍ରାକକୁ ଓହ୍ଲାଇଲେ ହଜାର ହଜାର ଲୋକ, ଜାଣନ୍ତୁ କାରଣ…

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ଲାଇଫ୍ ଲାଇନ୍ ଭାବରେ ଲୋକାଲ ଟ୍ରେନକୁ ବିବେଚନା କରାଯାଏ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମୁମ୍ବାଇ ଲୋକାଲ ଟ୍ରେନ ବ୍ୟବହାର କରି ଘରୁ ଅଫିସ ଏବଂ ପରେ ଅଫିସରୁ ଘରକୁ ଯିବା ଆସିବା କରନ୍ତି। କିନ୍ତୁ ବୁଧବାର ସକାଳେ କିଛି ଏଭଳି ଘଟିଥିଲା, ଯାହା ପରେ ଲୋକମାନେ ନିଜେ ଟ୍ରାକରେ ଓହ୍ଲାଇ ପାଦରେ ଚାଲିଚାଲି ଅଫିସ ଯାଇଥିଲେ।

ସୂଚନା ଅନୁଯାୟୀ, ବୁଧବାର ସକାଳେ ଏକ ସମ୍ପୂର୍ଣ୍ଣ ବାଉଁଶ ଷ୍ଟ୍ରକ୍ଟର ରେଳ ଟ୍ରାକ୍ ଉପରେ ପଡିଥିଲା, ଯେଉଁ କାରଣରୁ ରେଳ ସେବା ପ୍ରଭାବିତ ହୋଇଥିଲା। ଯାହା ଫଳରେ ଲୋକମାନେ ରେଳ ଷ୍ଟେସନରେ ପହଞ୍ଚିଥିଲେ ମଧ୍ୟ ଟ୍ରେନ୍ ପାଇନଥିଲେ।

ସକାଳେ ଅଫିସରେ ପହଞ୍ଚିବାରେ ବିଳମ୍ବ ଦେଖି ବହୁ ସଂଖ୍ୟକ ଲୋକ ଟ୍ରାକକୁ ଓହ୍ଲାଇ ନିଜ ନିଜ ଅଫିସରେ ପହଞ୍ଚିବା ପାଇଁ ପାଦରେ ଚାଲିଚାଲି ଯାଇଥିଲେ।

କେନ୍ଦ୍ରୀୟ ରେଳ ଅଧିକାରୀଙ୍କ କହିବାନୁସାରେ, ସିଏନ୍ ଏବଂ ମାଥୁଙ୍ଗା ଷ୍ଟେସନ ମଧ୍ୟରେ ଥିବା ଓଭର ହେଡ୍ ତାର ଉପରେ ଏକ ବାଉଁଶ ଷ୍ଟ୍ରକ୍ଟର ଖସିଯିବା ପରେ ମୁମ୍ବାଇ ଉପନଗରୀ ନେଟୱର୍କର ମୁଖ୍ୟ ଲାଇନରେ ଲୋକାଲ ଟ୍ରେନ୍ ସେବା ବ୍ୟାହତ ହୋଇଥିଲା।

 

 

Comments are closed.