Latest Odisha News

ଯାଇଥିଲେ ହନିମୁନରେ ପହଞ୍ଚିଗଲେ ଜେଲରେ; ଜାଣନ୍ତୁ ଏହି ଦମ୍ପତ୍ତିଙ୍କ ଦୁଖଃଭରା କାହାଣୀ 

ମୁମ୍ବାଇ: ହନିମୁନରେ ଯାଇଥିଲେ ନବବିବାହିତ ଦମ୍ପତ୍ତି। ମାତ୍ର ଏୟାରପୋର୍ଟରୁ ସେମାନଙ୍କୁ ଧରି ନେଲା ପୋଲିସ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ।

ବିବାହ ସମୟରେ ସାଧାରଣତଃ ନବ ଦମ୍ପତ୍ତିଙ୍କୁ ଉପହାର ଦିଆଯାଇଥାଏ। ଓନିବା ଏବଂ ଶାରିକ ମଧ୍ୟ ବିବାହରେ ଉପହାର ସ୍ୱରୂପ ଜଣେ ସମ୍ପର୍କୀୟଙ୍କ ଠାରୁ ପାଇଥିଲେ ହନିମୁନର ଟ୍ରିପର ଟିକେଟ। ଯେଉଁଥିରେ ୬ ଜୁଲାଇ, ୨୦୧୯ରେ କତର ଯାତ୍ରାର ବ୍ୟବସ୍ଥା ଥିଲା।

ଉପହାର ପାଇ ଖୁସି ହୋଇ ଦମ୍ପତ୍ତି ଯୋଡି ବାହାରି ପଡିଥିଲେ ବିଦେଶ ଭ୍ରମଣରେ । ତେବେ ହମାଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏହି ଦମ୍ପତ୍ତି ଓହ୍ଲାଇବା କ୍ଷଣି ତାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରି ନେଇଥିଲେ। ସେମାନେ କିଛି ଜାଣିବା ଆଗରୁ ସେମାନଙ୍କ ଲଗେଜରେ ଡ୍ରଗ୍ସ ରଖିଥିବା ଅଭିଯୋଗରେ ସେମାନଙ୍କୁ ଜେଲ ପଠାଇ ଦିଆଗଲା।

ତେବେ ନିଜର ଜଣେ ସର୍ମ୍ପକୀୟ ଏହି ନବଦମ୍ପତିଙ୍କ ପାଇଁ ଏହି ଟ୍ରିପର ଆୟୋଜନ କରିଥିଲେ।ଏବଂ ମୁମ୍ବାଇରୁ ଫ୍ଲାଇଟ ଛାଡିବା ପୂର୍ବରୁ ନବବିବାହିତ ଯୋଡିଙ୍କ ବ୍ୟାଗରେ ଚାରି କିଲୋ ଡ୍ରଗ୍ସ ରଖିଦେଇଥିବା ଜଣାପଡିଛି।

ରିପୋର୍ଟ ମୁତାବକ ସ୍ଥାନୀୟ କତର କୋର୍ଟ ଅଦାଲତ ଦଣ୍ଡ ସ୍ୱରୁପ ଏହି ଦମ୍ପତ୍ତିଙ୍କୁ ୧୦ ବର୍ଷର ଜେଲ ଦଣ୍ଡ ସହିତ ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ଏକ କୋଟି ଟଙ୍କା ଜରିମାନା ଲଗାଇଛନ୍ତି। ମାତ୍ର ଏନସିବି ଓ ମୁମ୍ବାଇ ପୋଲିସ ପାଖାପାଖି ଏକ ବର୍ଷ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ, ଦମ୍ପତିଙ୍କ ଅଜାଣତରେ ଏହା ଘଟିଛି ଏବଂ ଏଥିରେ ତାଙ୍କ ସମ୍ପର୍କୀୟା ମାଉସୀ ତାଙ୍କୁ ଫସେଇଛନ୍ତି। ମାତ୍ର କାରଣ ଏବେବି ଅସ୍ପଷ୍ଟ ରହିଛି।

Comments are closed.